ଦେଶ ଛାଡ଼ିଛନ୍ତି ୧୦ ଲକ୍ଷ ୟୁକ୍ରେନ ନାଗରିକ:ଜାତିସଂଘ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି । ତେବେ ଯୁଦ୍ଧର ଭୟାବହତାକୁ ଦେଖି ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜଣାଯାଇଛି । ଜାତିସଂଘ ରିପୋର୍ଟ ଅନୁସାରେ ୭ ଦିନରେ ୧୦ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡିଛନ୍ତି । ସେମାନେ ଦେଶ ଛାଡ଼ି ପଡେ଼ାଶୀ ଦେଶଗୁଡ଼ିକୁ ପଳାୟନ କରିଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ଆଗକୁ ଶରଣାର୍ଥୀ ସମସ୍ୟା ଉକ୍ରଟ ହୋଇପାରେ । ପ୍ରାୟ ୪୦ ଲକ୍ଷ ନାଗରିକ ଦେଶ ଛାଡ଼ି ପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ଦାବି । ଜେଲେନସ୍କି କହିଛନ୍ତି, ରୁଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ରୁଷ-ୟ୍ରୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନ୍ବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ରୁଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ରୁଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖରାଇ ଦେଇଥିବା ଜେଲେନ୍ସ୍କି ଦାବି କରିଛନ୍ତି ।
Powered by Froala Editor