ୟୁକ୍ରେନ ମୁଖ୍ୟ ରେଳ ଷ୍ଟେସନରେ ରକେଟ ମାଡ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ୟୁକ୍ରେନ ଉପରେ ଋଷର ତାଣ୍ଡବ ଲୀଳା ଜାରି ରହିଛ । ୟୁକ୍ରେନ କିଭ୍ ଉପରେ ଋଷିଆ ପ୍ରଚଣ୍ଡ ଆକ୍ରମଣ କରିଛି । ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନରେ ଋଷ ସେନା ରକେଟ ମାଡ କରିଛି । ଋଷ ଟାର୍ଗେଟରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଲ୍ଡିଂ ରହିଥିବା ସୂଚନା ମିଳିଛି । ୟୁକ୍ରେନର ଅନ୍ୟତମ ବଡ ସହର ଖେରସନକୁ ଋଷିଆ ଅକ୍ତିଆର କରିଛି ।
ଗତକାଲି ୟୁକ୍ରେନର ଖାରକିଭରେ ଋଷିଆର ଆକ୍ରମଣ ତୀବ୍ର ରୂପ ଧାରଣ କରିଥିଲା । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଥିଲା । ଋଷ ସେନାର ମିଜାଇଲ ମାଡରେ ଖାରକିଭର ପୋଲିସ ବିଲ୍ଡିଂ ଭୁଶୁଡି ପଡିଥିଲା । ଏହି ଆକ୍ରମଣରେ ୨୧ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୧୨ଜଣ ଆହତ ହୋଇଥିବା ସୂଚନା ମଳିଥିଲା ।
କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି । ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି । ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି । ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି ।
Powered by Froala Editor