ୟୁକ୍ରେନରୁ ବିମାନରେ ଫେରିଲେ ୨୦୮ ଭାରତୀୟ

ୟୁକ୍ରେନ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରୁଛନ୍ତି ପ୍ରବାସୀ ଭାରତୀୟ । ୱାର ଜୋନରୁ ସ୍ୱଦେଶ ଫେରୁଛନ୍ତି ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀ । ରୋମାନିଆରୁ ବୁଖାରୋଷ୍ଟରୁ ବାୟୁସେନ ବିମାନରେ ୨୦୮ ଭାରତୀୟ ଫେରିଲେ । ହେଙ୍ଗେରୀ, ରୋମାନିଆ, ସ୍ଲୋଭାକିଆରୁ ୩ହଜାର ଭାରତୀୟ ଫେରୁଛନ୍ତି ।
ଅନ୍ୟପଟେ ୟୁକ୍ରେନ ଉପରେ ଋଷର ତାଣ୍ଡବ ଲୀଳା ଜାରି ରହିଛି । ୟୁକ୍ରେନ କିଭ୍ ଉପରେ ଋଷିଆ ପ୍ରଚଣ୍ଡ ଆକ୍ରମଣ କରିଛି । ମୁଖ୍ୟ ରେଳ ଷ୍ଟେସନରେ ଋଷ ସେନା ରକେଟ ମାଡ କରିଛି । ଅନ୍ୟପଟେ ୟୁକ୍ରେନ ସେନା ଭାରତୀୟଙ୍କୁ ପିଟୁଥିବା ସୂଚନା ମିଳିଛି । ଜାତିସଂଘରେ ଭାରତ ରୁଷିଆ ବିରୋଧରେ ଭୋଟ ନଦେବାରୁ ୟୁକ୍ରେନ ଖପ୍ପା ହୋଇଛି । ଭାରତ ଭୋଟ ନଦେବାରୁ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସେନା ନୃଶଂସ ଭାବରେ ପିଟୁଛନ୍ତି । ୟୁକ୍ରେନରୁ ରୋମାନିଆ ଆସିବା ବେଳେ ସୀମାରେ ସେମାନଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଉଛି । ଭାରତୀୟ ବୋଲି ପରିଚୟ ପାଇବା ପରେ ୟୁକ୍ରେନ ସେନା ମାଡ ମାରିବା ଓ ରାସ୍ତାରେ ଆଣ୍ଠେଇ ଦେବା ସହ ଗୋଇଠା, ଧକ୍କା ମାରୁଥିବା ଅଭିଯୋଗ ହୋଇଛି ।
Powered by Froala Editor