ଋଷ୍ର ଦାବି : ବନ୍ଦର ନଗରୀ ଖେରସେନ ଏବେ ତାଙ୍କ ଅଧୀନରେ
ଦକ୍ଷିଣ ୟୁକ୍ରେନର ବନ୍ଦର ନଗରୀ ଖେରସେନକୁ ରୁଷ ସେନା ଦଖଲ କରିନେଇଥିବା ଦାବି କରିଛି । ଏନେଇ ୟୁକ୍ରେନ୍ର କୋନୋଟୋପ ସହରର ମେୟର କରିଛନ୍ତି ଯେ, ଋଷ୍ ସେନା ତାଙ୍କୁ ଧମକ ଦେଇ କହିଛି କି ସେ ଏହି ସହରକୁ ଛାଡ଼ି ଦିଅନ୍ତୁ । ତାଙ୍କୁ ସହରକୁ ହସ୍ତାନ୍ତର କରିଦିଅନ୍ତୁ । ନଚେତ୍ ସେମାନେ ସହରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବେ । ତେବେ ଏହି ସହରରରେ ଜୋରଦାର ଲଢେଇ ଜାରି ରହିଛି । ସହରକୁ ରକ୍ଷା କରିବାକୁ ୟୁକ୍ରେନ ସେନା ଉଦ୍ୟମ କରୁଛନ୍ତି ।
ସୂଚନା ଯେ, କୃଷ୍ଣ ସାଗର କୂଳରେ ଅବସ୍ଥିତ ଖେରସେନ ୟୁକ୍ରେନର ସବୁଠାରୁ ବଡ଼ ବନ୍ଦର । ଏହାକୁ ନିୟନ୍ତ୍ରଣ କରିବା ପରେ ୟୁକ୍ରେନକୁ ଆସୁଥିବା ସହାୟତା ଜାହାଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଅନ୍ୟପଟେ ପୁରା ସହରକୁ ତିନିପଟରୁ ଘେରି ରହି ଆକ୍ରମଣ କରିଚାଲିଛି ଋଷ୍ ସେନା । ଋଷ୍ ପକ୍ଷରୁ ଜାରି ଏକ ଭିଡିଓରେ ଋଷ୍ ସେନା ଖେରସେନରେ ବୁଲୁଥିବା ଦେଖାଯାଉଛି । ଖାରକିବରେ ମଧ୍ୟ ଋଷ୍ କ୍ଷେପଣାସ୍ତ୍ର ମାଡ଼ରେ ସେଠାରେ ଥିବା ପୁଲିସ ମୁଖ୍ୟାଳୟ ଧ୍ବଂସ ପାଇବା ପରେ ସିଟି କାଉନସିଲ ଭବନ ବି କ୍ରୁଜ କ୍ଷେପଣାସ୍ତ୍ର ମାଡ଼ରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ଋଷିଆର ପ୍ରଚଣ୍ଡ ଆକ୍ରମଣରେ ଏବେ ଏହି ସହର ଏକ ଧ୍ବଂସସ୍ତୁପ ଓ ଶ୍ମଶାନ ପରି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏଠାରେ ଥିବା ଭାରତୀୟମାନେ ତୁରନ୍ତ ଏହି ସହରକୁ ଛାଡ଼ି ଚାଲିଯାଆନ୍ତୁ ବୋଲି ଭାରତୀୟ ଦୂତାବାସ ଏକ ଜରୁରୀ ପରାମର୍ଶ ଜାରି କରିଛି ।
Powered by Froala Editor