ବିଧାନସଭାରେ ହେମାନନ୍ଦ ବିଶ୍ୱାଳଙ୍କ ମରଶରୀରକୁ ଗାର୍ଡ ଅଫ ଅନର

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ରାଜ୍ୟ ବିଧାନସଭା ପରିସରରେ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଗତକାଲି ହେମାନନ୍ଦଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା । ଆଜି ହେମାନନ୍ଦଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବିଧାନସଭାକୁ ନିଆଯାଇଥିଲା । ବିଧାନସଭାରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନକୁ ନିଆଯାଇଥିଲା । କଂଗ୍ରେସ ଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବରିଷ୍ଠ ନେତା । କଂଗ୍ରେସ ଭବନରୁ ମରଶରୀରକୁ ତାଙ୍କ ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା ଲାଇକେରାର ଠାକୁରପଡ଼ା ନିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ତେବେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ।
Powered by Froala Editor