ସାରା ରାଜ୍ୟରେ ଦିନ ୨ରୁ ବନ୍ଦ ହେବ ଦୋକାନ, ବଜାର

ମେ ୩ରୁ ୧୫ ତାରିଖ ପର୍ୟ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ବ୍ୟବସାୟୀ ମହାସଂଘ । ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ମହାସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଆସନ୍ତା ୩ ତାରିଖରୁ କଟକର ସମସ୍ତ ଦୋକାନ ବଜାର ଅପରାହ୍ନ ୨ ଟା ଯାଏଁ ଖୋଲା ରହିବ ବୋଲି ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ନିଷ୍ପତ୍ତି ହୋଇଥିଲା। ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ । ଏହି ନିଷ୍ପତ୍ତି ଆସନ୍ତା ୩ ତାରିଖରୁ ୧୮ ତାରିଖ ଯାଏଁ ବଳବତ୍ତର ରହିବ । ପ୍ରଶାସନ ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି ।
Powered by Froala Editor