ଜିଲ୍ଲାୱାରୀ ଟ୍ରେଣ୍ଡ: ଗଜପତି

ଭୁବନେଶ୍ୱର: କାଶୀନଗର ଜୋନ-୧ରେ ବିଜେପିର ଏ.ଶୈଳଜା ଆଗୁଆ
ଗୁମ୍ମା ଜୋନ-୩ରେ କଂଗ୍ରେସର ରେଣୁଜା ପାତ୍ର ଆଗୁଆ
ନୂଆଗଡ଼ ଜୋନ-୫ରେ କଂଗ୍ରେସର ରାଜୀବ ଦୋରା ଆଗୁଆ
ମୋହନା ଜୋନ-୮ରେ ବିଜେଡିର କୁନ୍ତଳା ମଲ୍ଲିକ ଆଗୁଆ
ରାୟଗଡ଼ ଜୋନ-୧୩ରେ ବିଜେଡିର ଗୌତମୀ ଜାନି ଆଗୁଆ
ଆର.ଉଦୟଗିରି ଜୋନ-୧୧ରେ କଂଗ୍ରେସର ଋତୁପର୍ଣ୍ଣା ମିଶ୍ର ଆଗୁଆ
ପାରଳାଖେମୁଣ୍ଡି ଜୋନ-୬ରେ ବିଜେଡିର ଏଦ.ବାଲାରାଜୁକୁ ଆଗୁଆ
ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧.୧୭ଟା ସୁଦ୍ଧା ୩୧୫ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୩୧୫ ଜୋନ ମଧ୍ୟରୁ ୨୬୪ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି ।
ପ୍ରକାଶ ଯେ, ଆଜି ଠାରୁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହୋଇଛି ଗଣତି ବ୍ୟବସ୍ଥା। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍ ପେପର ସର୍ଟିଂ ପରେ ଚାଲିଛି ଗଣତି।
୩ ଦିନ ଯାଏ ଏହି ଗତଣି ତାରି ରହିବ। ତିନିଦିନରେ ୧ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।
Powered by Froala Editor