‘ପଜିଟିଭ ଥିଲେ ଟିକା ନିଅନି’

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମାନାକୁ ଆସିଛି । ତାହା ହେଲା କରୋନାରେ ଆକ୍ରାନ୍ତ ହୋଇ ପଜିଟିଭ ଚିହ୍ନଟ ହେଲେ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ପଜିଟିଭ ଚିହ୍ନଟ ହୋଇଥିଲେ ଟିକା ନନେବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏଭଳି ପରାମର୍ଶ ଦେଇଛନ୍ତି । ପଜିଟିଭ ଅବସ୍ଥାରେ ଟିକା ନେଲେ ଭଲ ବଦଳରେ ଅଧିକ କ୍ଷତି ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ହସ୍ପିଟାଲ ପରିସରରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଉଦଘାଟନ ବେଳେକ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏଭଳି ପରାମର୍ଶ ଦେଇଛନ୍ତି ।
Powered by Froala Editor