Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ...

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ...

  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ...

  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ...

  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ...

  • ନବଜାତ ଶିଶୁ ମୁହଁରେ ନିଶ !

  • ବିବାହ ପାଇଁ ଚୋରି କରି ଗିରଫ ହେଲେ ...

  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

ରାଜ୍ୟ
Home ›› ରାଜ୍ୟ ››୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

2022-02-24 05:22:35
14674
Share:
Facebook
Twitter
E-Mail
WhatsApp
Telegram
୨୮ରୁ ପ୍ରଥମରୁ ସପ୍ତମ କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆସନ୍ତା ୨୮ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ଏଥିପାଇଁ ପିଲାମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଦୁଇ ବର୍ଷ ସ୍କୁଲ ବନ୍ଦ ହେବା କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବଧାନ ଦେଖାଯାଇଥିଲା । ହଠାତ୍‌ ସ୍କୁଲ ଖୋଲିଲେ ସେମାନଙ୍କ ଉପରେ ମାନସିକ ଚାପ ପଡ଼ିବ । ଏହି ଚାପରୁ ମୁକ୍ତ କରିବା, ପିଲାଙ୍କ ଭାବପ୍ରବଣତା ପ୍ରତି ଯତ୍ନବାନ ହେବା, ବିଦ୍ୟାଳୟରେ ଶିକ୍ଷା ପରିବେଶ ସୃଷ୍ଟି କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୂଆ ପଦକ୍ଷେପ ନେଇଛି । ଏନେଇ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ସ୍କୁଲ ଖୋଲିବାର ସପ୍ତାହେ ପର୍ୟ୍ୟନ୍ତ ରିପୋର୍ଟ ବିଲ୍ଡିଂ କାର୍ୟ୍ୟକ୍ରମ କରାଯିବ । ଏଥିପାଇଁ ୭ଦିନ ଯାଏ ପିଲାଙ୍କ ଲାଗି ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପାଠପଢ଼ାକୁ ବିଶେଷ ଗୁରୁତ୍ୱ ଦିଆଯିବ ନାହିଁ । ଏହି ସାରଣୀରେ କୋଭିଡ୍‌ ସମୟରେ ସେମାନଙ୍କ କିଛି ଅଭୁଲା ସ୍ମୃତି, ସ୍କୁଲ ବନ୍ଦ ଥିବା ଯୋଗୁ କ’ଣ ଅନୁଭବ କରୁଥିଲେ, କ’ଣ ଖେଳିବାକୁ ପସନ୍ଦ କରୁଥିଲେ ଆଦି ଖେଳ ମାଧ୍ୟମରେ ଆଲୋଚନା କରାଯିବ। ଶବ୍ଦ ପଜଲ୍‌ ଖେଳ, ଫଳ ଓ ପଶୁପକ୍ଷୀଙ୍କ ନାମ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖିବାକୁ କୁହାଯିବ । କାହାଣୀ କହିବା, କାହାଣୀ କ୍ଲିପଗୁଡ଼ିକ ସଜାଇବା, ଚିତ୍ରାଙ୍କନ ପରି ଅନେକ କାର୍ୟ୍ୟକ୍ରମରେ ପିଲାଙ୍କୁ ସାମିଲ କରାଯିବ ।

ଏହାପରେ ମାର୍ଚ୍ଚ ୯ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କ ଗଣିତ, ଓଡ଼ିଆ, ଇଂରାଜୀ ପରୀକ୍ଷା ହେବ । ପରୀକ୍ଷାର ପ୍ରଶ୍ନ ଟିଇ ଆଣ୍ଡ ଏସ୍‌ସିଇଆରଟି ଦ୍ୱାରା ପ୍ରସ୍ତୁତ କରାଯିବ । ପରୀକ୍ଷା ଫଳ ଅନୁସାରେ ପିଲାଙ୍କୁ ଗ୍ରେଡ୍‌ ୧, ୨, ୩, ୪ ଓ ୫ ପ୍ରଦାନ କରାଯିବ । ମାର୍ଚ୍ଚ ମାସ ୯ ତାରିଖରେ ଓଡ଼ିଆ, ୧୦ ତାରିଖରେ ଗଣିତ, ୧୧ ତାରିଖରେ ଇଂରାଜୀ ପରୀକ୍ଷା ହେବ । ପିଲାଙ୍କ ପରୀକ୍ଷା ଫଳ ବେସଲାଇନ୍‌ ଆସେସ୍‌ମେଣ୍ଟ ଅନୁସାରେ ପିତାମାତା ଏବଂ ଶିକ୍ଷକମାନଙ୍କୁ ପ୍ରଦାନ କରାଯିବ । ଏହାପରେ ଶିକ୍ଷକମାନେ ପରୀକ୍ଷା ଫଳ ହିସାବରେ ପୁନର୍ବାର ପାଠ ପଢ଼ାଇବେ।

ସ୍କୁଲରେ ଅକ୍ଷର, ଶବ୍ଦ, ବାକ୍ୟ, ଗଣିତ ପାଠ ଉପରେ ଗୁରୁତ୍ୱ ଦିଆଯିବ । ତା’ସହିତ ପ୍ରତି ସପ୍ତାହରେ ପିତାମାତାମାନଙ୍କୁ ପିଲାମାନଙ୍କ ପାଠପଢ଼ାର ସଫଳତାର ପୋଗ୍ରୋସିଭ୍‌ ରିପୋର୍ଟ ପ୍ରଦାନ କରାଯିବ । ପିଲାଙ୍କ ସାପ୍ତାହିକ ବିଶ୍ଲେଷଣ ରିପୋର୍ଟ ୪୦ଦିନ ଭିତରେ କ୍ଲଷ୍ଟର ଜିଲ୍ଲା ଓ ବ୍ଲକକୁ ଦାଖଲ କରିବାକୁ ପଡ଼ିବ । କମ୍‌ ମାର୍କ ରଖିଥିବା ପିଲାଙ୍କ ଉପରେ ବେଶି ଗୁରୁତ୍ୱ ଦିଆଯିବ । ଗ୍ରେଡ ୧ ଓ ୨ ପିଲାଙ୍କ ମୌଖିକ ପାଠପଢ଼ାର ପ୍ରତି ଅଧିକ ଫୋକସ୍‌ ଦିଆଯିବ । ଏହି ଅଭ୍ୟାସ ଶିକ୍ଷାବର୍ଷର ଜାନୁଆରୀରୁ ମାର୍ଚ୍ଚ ଯାଏ ପ୍ରତି ସ୍କୁଲରେ କଡାକଡି ଭାବେ ପାଳନ କରାଯିବ । ସେହିପରି ଚତୁର୍ଥ ଓ ପଞ୍ଚମ ଗ୍ରେଡ୍‌ ପିଲାଙ୍କୁ ଗଣିତ ଏବଂ ଓଡ଼ିଆ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯିବ । ଷଷ୍ଠ ଓ ସପ୍ତମ ଗ୍ରେଡ୍‌ ପିଲାଙ୍କ ପରୀକ୍ଷା ଫଳ ଉପରେ ଗୁରୁତ୍ୱ ଦିଆଯିବ । ଯାହା ପରବର୍ତ୍ତୀ ଶ୍ରେଣୀରେ ସେମାନଙ୍କ ଲାଗି ସହାୟକ ହେବ । ପିତାମାତା ପିଲାଙ୍କୁ ସ୍କୁଲ ଆସିବାକୁ ବଝାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍କୁଲ ଖୋଲିବା ପରେ ପିଲାମାନଙ୍କ ପିତାମାତାଙ୍କୁ ନେଇ ସଚେତନତା ଉପରେ ଧ୍ୟାନ ଦିଆଯାଇଛି । କାରଣ ସ୍କୁଲକୁ ୧୦୦ ପ୍ରତିଶତ ପିଲା ଆସିବା ନେଇ ବଡ ଅଭିଯାନର ଆୟୋଜନ କରାଯିବ । ଏଥିରେ ସ୍କୁଲ ପରିଚାଳନା କମିଟି ଓ ସିଆର୍‌ସିସି ଭୂମିକା ରହିବ । ଆସନ୍ତା ୨୬ ତାରିଖ ଦିନ ଅଭିଭାବକ ଓ ଶିକ୍ଷକ ବୈଠକ ଆୟୋଜନ କରାଯିବ । ସ୍କୁଲ ପରିଚାଳନା କମିଟି ବୈଠକ ଆସନ୍ତା ୨୫ ଓ ୨୮ ତାରିଖରେ ମିଟିଙ୍ଗ କରାଯିବ । ସେଥିରେ ସ୍କୁଲରେ ସୁରକ୍ଷା, ସଫାସୁତୁରା ଓ ସାନିଟାଇଜେସନ୍‌, ମ୍ୟାନେଜମେଣ୍ଟ ଓ ଅନ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯିବ ।

Powered by Froala Editor

Tags School

Related articles Odisha News Lens 4.1

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ
    ବିଶେଷ

    ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14498
    Oct 25, 2026
  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13454
    Oct 25, 2026
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13368
    Oct 25, 2026
  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’
    ଦେଶ-ଦେଶାନ୍ତର

    ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’

    13658
    Oct 25, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର
    ବାଣିଜ୍ୟ

    ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    13936
    Oct 25, 2026
  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା  ସ୍ୟାଣ୍ଡ ସ୍ନେକ୍
    ଦେଶ-ଦେଶାନ୍ତର

    ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ସ୍ୟାଣ୍ଡ ସ୍ନେକ୍

    13790
    Oct 25, 2026
  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....

    15310
    Oct 25, 2026
  • ନବଜାତ ଶିଶୁ ମୁହଁରେ ନିଶ !
    ଦେଶ-ଦେଶାନ୍ତର

    ନବଜାତ ଶିଶୁ ମୁହଁରେ ନିଶ !

    14145
    Oct 25, 2026
  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା
    ଦେଶ-ଦେଶାନ୍ତର

    ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

    15247
    Oct 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13368
    Oct 25, 2026
  • ବିଶେଷ

    ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14498
    Oct 25, 2026
  • ବାଣିଜ୍ୟ

    ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    13936
    Oct 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17216
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17912
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17856
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18278
    Sep 06, 2023

ବିଶେଷ

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14498
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15420
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15707
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15077
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15540
    Oct 16, 2026

ବାଣିଜ୍ୟ

ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ ...

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14980
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14680
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15237
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14422
    Oct 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14498
    Oct 25, 2026
  • ବିବାହ ପାଇଁ ଚୋରି କରି ଗିରଫ ହେଲେ ପ୍ରେମୀଯୁଗଳ

    14967
    Oct 25, 2026
  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13454
    Oct 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In