ଚତୁର୍ଥ ପର୍ଯ୍ୟାୟ ଭୋଟ: ଦିନ ୧୨ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର: ଭୋଟ ଦେଉଛି ଓଡିଶା । ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ହେଉଛି ମତଦାନ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରୁଛନ୍ତି ।
୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି ।
ଦିନ ୧୨ଟା ସୁଦ୍ଧା ୪୫% ଭୋଟ ଗ୍ରହଣ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ଏସଇସି ସୂଚନା ଦେଇଛନ୍ତି । ସେ କହିଛନ୍ତି କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନାହିଁ । ବାଲାଟ ଫୋଲ୍ଡିଂ ତ୍ରୁଟି ନେଇ ୨ଟି ଜାଗାରେ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ରାପଡାରେ ଗୋଟିଏ ଜାଗାରେ ସରପଂଚ ପଦବୀ ପାଇଁ ଭୋଟ ବନ୍ଦ ରହିଛି । ଯାଜପୁରରରେ ଗୋଟିଏ ୱାର୍ଡ ମେମ୍ବର ପାଇଁ ମତଦାନ ସ୍ଥଗିତ ରହିଛି ।
ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧ମ ଓ ୨ୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ୪୫ବୁଥରେ କାଲି ରିପୋଲ କରାଯିବ । ୩ୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ୩୦ଟି ବୁଥରେ ୨୫ତାରିଖରେ ରିପୋଲ କରାଯିବ ।
ତେବେ ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୨୦% ମତଦାନ ହୋଇଥିଲା ଓ ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ମିଳିଥିଲା ।
Powered by Froala Editor