୫୦କିମି ବେଗରେ ଗଲେ ଗଣିବେ ୭ହଜାର ଜରିମାନା, ବାତିଲ କରାଯିବ ଲାଇସେନ୍ସ

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲଂଘନ କରୁଥିଲେ ସାବଧାନ! ସିଧା ମୋବାଇଲରୁ ଯିବ ଚାଲାଣ । ବଡ କଥା ହେଲା ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଯାଉଥିଲେ ୭ହଜାର ଟଙ୍କା ଜରିମାନା କରାଯିବ । ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯିଦି ତିନି ଥର ବାତିଲ ହୁଏ ତା’ହେଲେ ସବୁଦିନ ପାଇଁ ରଦ୍ଧ କରାଯିବ । ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ୍ ପୁଲିସ୍ । ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ୧୩ଟି ସ୍ଥାନରେ କ୍ୟାମେରା ଲଗାଇଥିବା ବେଳେ ଆଇନ ଉଲଂଘନକାରୀ ଆଉ ବର୍ତ୍ତି ପାରିବେନି ।
ମିଳିଥିବା ସୂଚନା ଅନୁସାରେ, ଦ୍ରୁତ ଗତି ଓ ମୋବାଇଲ ଫୋନରେ କଥାବାର୍ତ୍ତା ସମୟରେ ଗାଡି ଚାଳନା ପାଇଁ ଦୁର୍ଘଟଣା ବଢୁଛି । ଏହା ଗାଡି ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ନିୟମ ଉଲଂଘନକାରୀଙ୍କ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ୧୩ଟି ଛକରେ ଅତ୍ୟାଧୁନିକ ଏଏନପିଆର/ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସେହି ସବୁ ଛକରେ ଯଦି ଗାଡର ବେଗ ୫୦କିମିରୁ ଅଧିକ ହୁଏ, ତା’ହେଲେ ସିସିଟିଭି କ୍ୟାମେରା ଜରିଆରେ ସଂମ୍ପୃକ୍ତ ଗାଡି ଚାଳକଙ୍କ ମୋବାଇଲରୁ ଏସଏମଏସ ଯୋଗେ ଚାଲାଣ ପଠାଯିବ । ଜରିମାନା ବାବଦରେ ୭ହଜାର ଟଙ୍କା ରଖାଯାଇଛି । ଯଦି ସଂପୃକ୍ତ ଗାଡି ଚାଳକ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଦେଖାଇବେ ତେବେ ଜରିମାନା ରାଶି ୨ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ୩ମାସ ପାଇଁ ବାତିଲ କରାଯିବ । ଏଭଳି ତିନି ଥର ବାତିଲ ହେଲେ, ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ରଦ୍ଧ କରାଯିବ ବୋଲି କୁହାଯାଇଛି ।
Powered by Froala Editor