୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ, ୨ ଗିରଫ

ମୋହନା: ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳାଜହର ଓ ଗଞ୍ଜେଇ ବେପାରୀଙ୍କର କଳା କାରନାମା । ଆଇନ ପ୍ରଶାସନ ପକ୍ଷରୁ ଯେତିକି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ମଧ୍ୟ ଏହି ବେପାରୀଙ୍କ ପାଇଁ ଏହା ପାଣିର ଗାର ସଦୃଶ ହୋଇଯାଉଛି । ନିଦ୍ୱନ୍ଦରେ ବଢ଼ିବାରେ ଲାଗିଛି ଏହି ବେପାରର ଚେର । ଯାହା ଆଜିର ସମାଜ ଉପରେ ବହୁତ ଗଭିର ପ୍ରଭାବ ପକାଉଛି । ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ପୋଲିସ ବାଇକ୍ ଚାଳକଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ ଅଡବା ଥାନା ଗିଲାକୁତା ଗ୍ରାମର ଆଦାମ ମାଝୀ ଓ ମୋହନା ଥାନା ଖାରିଗୁଡ଼ା ଗ୍ରାମର ସମୀର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor