ନିର୍ବାଚନୀ ହିଂସା: ଫାଟିଲା ୩ଜଣଙ୍କ ମୁଣ୍ଡ

ଚୌଦ୍ୱାର: ତ୍ରିସ୍ତରୀୟ ପଂଚାୟତ ନର୍ବାଚନ ପାଇଁ ସରଗରମ୍ ହୋଇଛି ରାଜନୈତିକ ମଇଦାନ । ବିଭିନ୍ନ ଦଳର ପ୍ରାର୍ଥୀମାନେ କିପରି ବାଜି ଜିତିବେ, ସେଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । କେଉଁଠି ନକଲି ଭତ୍ତା ବହି ବଣ୍ଟନ ତ କେଉଁଠି ଗଦାଗଦା ପ୍ରତିଶୃତି, ତ ଆଉ କେଉଁଠି ଲୁଚିଲୁଚି ମଦ, ଟଙ୍କା ଓ ଭୋଜି ଦେଉଛନ୍ତି ।
ଏହା ସହିତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ସ୍ଥିତି ମଧ୍ୟ ସାମ୍ନାକୁ ଅସୁଛି । ତେବେ ଅନେକ ସ୍ଥାନରେ ମଧ୍ୟ ଗୋଟିଏ ଦଳରୁ ଦୁଇଟି ଲେଖାଏଁ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଏଥିପାଇଁ ଗୋଟିଏ ଦଳ ଦୁଇ ଭାଗ ହୋଇଛି ।
ତେବେ ଚୈଦ୍ୱାର ଥାନା ବଡସାମନ୍ତରାପୁର ପଂଚାୟତର ସର୍ଦ୍ଧାରଖର୍ଦ୍ଧାରେ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ ୩ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇଛି । ମାଡପିଟରେ ତିନି ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ବାବଦରେ ଚୌଦ୍ୱାର ଥାନାରେ ଗୋଟିଏ ଗୋଷ୍ଠୀ ଏତଲା ଦେଇଛି । ଏହାପରେ ଘଟଣା ସମ୍ପର୍କରେ ପୋଲିସର ଛାନଭିନ ଜାରି ରହିଛି ।
Powered by Froala Editor