ନଦୀରେ ଭାସୁଛି ମେଞ୍ଚା ମେଞ୍ଚା ସୁନା, ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ପାଲଟିଛି ଏହାର ପାଣି, ଜାଣନ୍ତୁ କେଉଁଠି...
ନୂଆଦିଲ୍ଲୀ: ପୂରା ଖାଣ୍ଟି ସୁନା । ତାହା ପୁଣି ମାଗଣାରେ । ଏହା ଶୁଣିବା ମାତ୍ରେ ଯେ କୌଣସି ବ୍ୟକ୍ତିଙ୍କ ମନରେ ନିଶ୍ଚୟ ଲୋଭ ଆସିବ । କାରଣ ବର୍ତ୍ତମାନ ଏହାର ଦର ଅମୁଲ । ୧୦ ଗ୍ରାମ ପ୍ରତି ବଜାର ମୂଲ୍ୟ ୫୦ ହଜାର ଟପିଲାଣି । ହେଲେ ଭାରତରେ ଏମିତି ଏକ ନଦୀ ରହିଛି ଯେଉଁଠି ବର୍ଷ ବର୍ଷ ଧରି ପାଣି ସହିତ ସୁନା ପ୍ରବାହିତ ହେଉଛି । କେବଳ ସେତିକି ନୁହେଁ ଏହା ସ୍ଥାନୀୟ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି । ମୋଟାମୋଟି ଭାବେ କହିବାକୁ ଗଲେ ସେମାନଙ୍କ ପାଇଁ ଏହି ନଦୀ ଏକ ପ୍ରକାର ଆଶୀର୍ବାଦ ।
ଝାଡ଼ଖଣ୍ଡରେ ପ୍ରବାହିତ ସ୍ୱର୍ଣ୍ଣ ନଦୀରେ ପୁରୁଷ ପୁରୁଷ ଧରି ପାଣି ସହିତ ସୁନାର କଣିକା ପ୍ରବାହିତ ହେଉଛି । ସେଥିପାଇଁ ସ୍ଥାନୀୟ ଲୋକେ ଏହାକୁ ସୁନା ନଦୀ ବୋଲି ଆଖ୍ୟା ଦେଇଛନ୍ତି । କେବଳ ସେତିକି ନୁହେଁ, କିଛି ଆଦିବାସୀ ଅଞ୍ଚଳରେ ଏହା ସେମାନଙ୍କ ଆୟର ଉତ୍ସ ପାଲଟିଛି । ତମାଦ ଓ ସରଣ୍ଡା ଭଳି କିଛି ସ୍ଥାନରେ ଲୋକମାନେ ସବୁ କାମ ଧନ୍ଦା ଛାଡ଼ି ଏହି ନଦୀର ବାଲିରୁ ସୁନା କଣିକା ଛାଣି ସେମାନଙ୍କ ପରିବାର ପୋଷଣ କରି ଆସୁଛନ୍ତି । ପିଢ଼ି ପଢ଼ି ଧରି ସେମାନେ ଏହା ଉପରେ ନିର୍ଭର କରି ଚଳୁଛନ୍ତି । ପରିବାରର ସମସ୍ତ ସଦସ୍ୟ ସକାଳୁ ଉଠିବା ମାତ୍ରେ ନଦୀକୁ ଯାଆନ୍ତି । ଆଉ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ନ୍ତି ବାଲି କାଠିବାରେ । ପରେ ଏହାକୁ ଶୁଖାଇ ସେଥିରୁ ସୁନା କଣିବା ବାହାର କରନ୍ତି । ପ୍ରତିଦିନ ସେମାନେ ଏଭଳି କରି ଟଙ୍କା ରୋଜଗାର କରି ଆସୁଛନ୍ତି ।
ତେବେ ଏହି ନଦୀ ଝାଡ଼ଖଣ୍ଡ ସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବି ପ୍ରବାହିତ ହେଉଛି । ହେଲେ ଝାଡ଼ଖଣ୍ଡର କିଛି ସ୍ଥାନରେ ଏହି ସୁନା କଣିକା ବାହାରୁଛି । ଅନ୍ୟ କିଛି ସ୍ଥାନରେ ମଧ୍ୟ ଏହା ମିଳୁଛି । ମାତ୍ର ତାହାର ପରିମାଣ ଯଥେଷ୍ଟ କମ୍ । ତେବେ ଏହି ସୁନା କେମିତି ଆସୁଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି । ବୈଜ୍ଞାନିକମାନେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ସନ୍ଧାନ ପାଇନାହାନ୍ତି । ଏହା ଉପରେ ଏବେ ବି ଗବେଷଣା ଜାରି ରହିଛି ।
ଏହି ନଦୀ ଉତ୍ପତ୍ତି ଝାଡଖଣ୍ଡର ରାଞ୍ଚି ସହରଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ । ଗମଣାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, ତାହା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ । ସୁବର୍ଣ୍ଣ କଣିକାଗୁଡ଼ିକ ଗୋଲଡେନ୍ ଲାଇନର ଏକ ଉପନଦୀ କର୍କାରିର ବାଲିରେ ମଧ୍ୟ ମିଳିଥାଏ । କେତେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ସ୍ୱର୍ଣ୍ଣ ରେଖା ନଦୀରେ ମିଳିଥିବା ସୁନା କଣିକାଗୁଡ଼ିକ କେବଳ କରକାରି ନଦୀରୁ ପ୍ରବାହିତ ହେବା ପରେ ଆସିଥାଏ ।
ତେବେ ଏହି ମେଞ୍ଚା ମେଞ୍ଚା ସୁନା କେଉଁଠୁ ଓ କେମିତି ଆସୁଛି ତାହାର ସଠିକ୍ ସନ୍ଧାନ ଏ ପର୍ଯ୍ୟନ୍ତ କାହାରିକୁ ମିଳିନି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ଭଗବାନଙ୍କ ଦାନ ବୋଲି କହୁଥିବା ବେଳେ ବୈଜ୍ଞାନିକ ଓ ଗବେଷକମାନେ ଏହାର ସନ୍ଧାନ ନିମନ୍ତେ ଲାଗି ପଡ଼ିଛନ୍ତି ।
Powered by Froala Editor