୧ କୋଟି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ଵର : ପୁଣି ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ। ଜାତୀୟ ରାଜପଥ-୧୬ ପାହାଳ ନିକଟରୁ ୧ କେଜି ୨୨୭ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି। ଏହା ସହ ଜଣେ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍।
ସୂଚନାନୁଯାୟୀ, ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ। ଶିବ ପ୍ରସାଦଙ୍କ ନିକଟରୁ ଆନୁମାନିକ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ଏକ ଦାମୀ ବାଇକ୍ ଜବତ କରିଛି ଏସଟିଏଫ୍। ତେବେ ଏହି ରାକେଟ୍ରେ ଆଉ କିଏ ସାମିଲ ରହିଛନ୍ତି ସେନେଇ ଖୋଳତାଡ କରୁଛି ଏସଟିଏଫ୍।
Powered by Froala Editor