ବିସ୍ତାପିତଙ୍କୁ ନେଇଯାଉଥିବା ବସ୍ ଅଟକ

ଜଳେଶ୍ୱର: ବିସ୍ତାପିତଙ୍କୁ ଜାମସେଦପୁର ନେଇଯାଉଥିବା ବସ୍ ଅଟକ ରହିଛି । ବସ୍ତା ଓ ଜଳେଶ୍ୱର ଅଂଚଳରୁ ୩୩ଜଣଙ୍କୁ ନେଇ ଏହି ବସ୍ଟି ଯାଉଥିଲା । ଶିକ୍ଷିତ ବେକାର ସଂଘ ବାଲିଆପାଳ ବାରୁଡିଆ ଛକରେ ବସକୁ ଅଟକ ରଖିଛି । ପ୍ରଥମେ ବାଲିଆପାଳର ଶିକ୍ଷିତ ବେକାରଙ୍କୁ ଚାକିରୀ ଦାବିରେ ଅଟକ ରଖିଲେ । ବାଲିଆପାଳରେ ପ୍ରସ୍ତାବିତ ବନ୍ଦର ପାଇଁ ବହୁ ଲୋକ ବିସ୍ତାପିତ ହୋଇଛନ୍ତି । ୩୩ଜଣ ବିସ୍ତାପିତଙ୍କୁ ତାଲିମ ପାଇଁ ଜାମସେଦପୁର ନିଆଯାଉଥିଲା ବୋଲି ସୂଚନା ମିଳିଛି ।
Powered by Froala Editor