ଟଙ୍କା ବାଣ୍ଟୁଥିଲେ ବେଳେ ବାନ୍ଧି ଦେଲେ ଗ୍ରାମବାସୀ
ଆଠଗଡ: ତ୍ରିସ୍ତରୀୟ ପଂଚାୟତ ନର୍ବାଚନ ପାଇଁ ସରଗରମ୍ ହୋଇଛି ରାଜନୈତିକ ମଇଦାନ । ବିଭିନ୍ନ ଦଳର ପ୍ରାର୍ଥୀମାନେ କିପରି ବାଜି ଜିତିବେ, ସେଥିପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । କେଉଁଠି ନକଲି ଭତ୍ତା ବହି ବଣ୍ଟନ ତ କେଉଁଠି ଗଦାଗଦା ପ୍ରତିଶୃତି, ତ ଆଉ କେଉଁଠି ଲୁଚିଲୁଚି ମଦ, ଟଙ୍କା ଓ ଭୋଜି ଦେଉଛନ୍ତି ।
ତେବେ ନିର୍ବାଚନ ପୂର୍ବରୁ ଅନ୍ଧାରୀ ବିଜେ । ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ରାତି ସାରା ଗ୍ରାମବାସୀ ବାନ୍ଧି ରଖିଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମାଣିତ୍ରୀ ଗାଁରେ । ଆଜି ସକାଳେ ପୁଲିସ ଗାଁରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ସେମାନଙ୍କୁ ଠାରୁ ୫୦୦ ଟଙ୍କିଆ ଗୋଟିଏ ବଣ୍ଡଲ ଜବତ କରିଛି ।
ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମାଣିତ୍ରୀ ଗାଁରେ ଭୋଟ ଗ୍ରହଣ କରାଯିବ । ତା’ ପୂର୍ବରୁ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଦୁଇ ଜଣ ବ୍ୟକ୍ତି ମାଣିତ୍ରୀ ଗାଁକୁ ଯାଇ ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ । ଏହି ନେଇ ଗ୍ରାମବାସୀ ବିରୋଧ କରିଥିଲେ । ଦୁଇ ଜଣଙ୍କୁ ଗ୍ରାମବାସୀ ବାନ୍ଧି ରଖିବା ସହ ସେମାନେ ନେଇ ଯାଇଥିବା ଦୁଇ ଗାଡି କାର୍ ଓ ବୋଲେରୋକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଆଜି ସକାଳେ ପୁଲିସ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଉଭୟଙ୍କୁ ଉଦ୍ଧାର କରିଥିଲା ।
Powered by Froala Editor