ଚର୍ଚ୍ଚାରେ ଦିଶା ପଟାନୀ, ଜାଣନ୍ତୁ କାହିଁକି
ମୁମ୍ବାଇ: ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତଥା ଫିଟନେସ ଆଇକନ ଦିଶା ପଟାନୀ ପୁଣି ଚର୍ଚ୍ଚାରେ। ଏଥର କିନ୍ତୁ ନିଜର ହଟନେସ, ବୋଲ୍ଡ ଅନ୍ଦାଜ କିମ୍ବା ପ୍ରେମ ସମ୍ପର୍କକୁ ନେଇ ନୁହେଁ ବରଂ ନିଜର ଏକ୍ସରସାଇଜକୁ ନେଇ । ନିଜର ହଟ୍ ଫିଗର ପାଇଁ ଜିମରେ ଝାଳ ବୁହାଉଥିବାର ନଜର ଆସିଛନ୍ତି ଦିଶା ପଟାନୀ । ଏପରିକି ଦିଶା ଏହାର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।
ଦିଶା ପଟାନୀ ଫିଟନେସ ପ୍ରିୟ। ତେଣୁ ସୋସିଆଲ ମିଡିଆରେ ସବୁବେଳେ ଓ୍ଵାର୍କଆଉଟ୍ର ପୋଷ୍ଟ କରି ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି। ଏବେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ୮୦ କିଲୋର ଓଜନ ୫ ଥର ଉଠାଇବାରେ ସକ୍ଷମ ହୋଇଛନ୍ତି। ଆଉ ଏହି ଭିଡିଓକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦିଶା ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ ର୍ୟାକ୍ ଫୁଲ ୫ ରେପ୍ସ ୮୦ କେଜି’।
ଦିଶାଙ୍କ ଏହି ଭିଡିଓ ବହୁତ ଭାଇରଲ ହେଉଛି। ଏହି ଭିଡିଓ କେବଳ ଫ୍ୟାନ୍ସ ନୁହେଁ ପ୍ରେମିକ ଟାଇଗର ଶ୍ରଫ ମଧ୍ୟ କମେଣ୍ଟ କରିଛନ୍ତି। ଟାଇଗର ଦିଶାଙ୍କୁ ଓ୍ଵଣ୍ଡର ଉମେନ ବୋଲି କହିଛନ୍ତି। କେବଳ ଟାଇଗର ଶ୍ରଫ ନୁହେଁ, ତାଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ମଧ୍ୟ କମେଣ୍ଟ କରିଛନ୍ତି। ନିକଟରେ ଦିଶା ଏକ ଫ୍ଲାଇଂ କିକ୍ ଭିଡିଓ ସେୟାର କରିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Powered by Froala Editor