ବିଶ୍ୱ ବୈଷ୍ଣବ ସମ୍ମିଳନୀ ଉଦ୍ଘାଟନ କଲେ ରାଷ୍ଟ୍ରପତି

ପୁରୀ: ପୁରୀ ଶରଧାବାଲିରେ ଉଦଘାଟନ ହୋଇଛି ବିଶ୍ୱ ବୈଷ୍ଣବ ସମ୍ମିଳନୀ । ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏଥିରେ ସମ୍ମିଳିତ ଶ୍ରଦ୍ଧାଳୁ ତଥା ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବା ସହ ଭାରତର ସନାତନ ଧର୍ମ ତଥା ଗୌଡୀୟ ସମ୍ପ୍ରଦାୟର ମହିମା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ରାଷ୍ଟ୍ରପତି ।
ଏହି ଅବସରରେ ରାଷ୍ଟ୍ରପତି ଭାରତ ବର୍ଷକୁ ତଥା ଉକôଳକୁ ଆଧ୍ୟାମିôକ ଏକତାର ଏକ ଜ୍ୱଳନ୍ତ ନିଦର୍ଶନ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ସେ ନାମ ସଙ୍କିର୍ତ୍ତନର ପୁରୋଧା ତଥା ଭକ୍ତି ଆନ୍ଦୋଳନର ପୃଷ୍ଠପୋଷକ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନ୍ଦଙ୍କ ଭକ୍ତି ଗାଥାକୁ ଉଜାଗର କରିଥିଲେ ।
ପୁରୀର ଗୌଡୀୟ ମଠ ବୁଲିବା ପରେ ଏହି ସମ୍ମଳିନୀର ଉଦଘାଟନ କରିଥିଲେ ରାମନାଥ କୋବିନ୍ଦ । ସେଠାରେ ଚକୁର୍ଦ୍ଧା ମୂର୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଛନ୍ତି । ଏଠାରେ ଆଳତୀ ଓ ପୁଷ୍ପାଞ୍ଜଳି ଦେଇଥିଲେ । ତେଣୁ ମଠ ଓ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସାଜସଜ୍ଜା କରାଯାଇଛି ।
Powered by Froala Editor