ଶିବାନୀଙ୍କ ହାତ ଧରିଲେ ଫରହାନ୍

ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଛନ୍ତି ବଲିଉଡ କଳାକାର ଫରହାନ ଖାଁ । ବିବାହରେ ଫରହାନ ବ୍ଲାକ କଲର କୋଟ ପ୍ୟାଣ୍ଟରେ ନଜର ଆସିଥିବା ବେଳେ ଶିବାନୀ ଲାଲ ରଙ୍ଗର ଗାଉନରେ ନଜର ଆସିଛନ୍ତି । ବିବାହର ପ୍ରଥମ ଫଟୋ ଆସିବା ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।
ଫରହାନଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଫରହାନ ଏକ ରିୟଲିଟି ଶୋ'କୁ ହୋଷ୍ଟ କରୁଥିବା ବେଳେ ସେହିଠାରେ ହିଁ ଶିବାନୀଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା । ଆଉ ଉଭୟ ପ୍ରେମରେ ପଡିଯାଇଥିଲେ । ଏହାର କିଛିଦିନ ପରେ ସୋସିଆଲ ମିଡିଆରେ ଏମାନଙ୍କ ଫଟୋକୁ ନେଇ ଚର୍ଚ୍ଚା ହୋଇଥିଲା । ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ବିବାହରେ ଏମାନଙ୍କୁ ଏକାଠି ଦେଖି ଆଲୋଚନା ହୋଇଥିବା ବେଳେ ଏମାନେ ପରସ୍ପରକୁ ଭଲପାଉଥିବା କଥା ଖୋଲାଖୋଲି ଭାବେ କହିଥିଲେ । ଦୀର୍ଘ ୪ ବର୍ଷର ଡେଟିଂ ପରେ ଦୁହେଁ ବିବାହ କରିଛନ୍ତି ।
ବିବାହରେ ଶିବାନୀଙ୍କ ବାନ୍ଧବୀ ରିଆ ଚର୍କବର୍ତ୍ତୀ, ଫରହାନଙ୍କ ବନ୍ଧୁ ହ୍ରିତିକ ରୋଶନ, ସାକିବ ସଲିମ, ଅମୃତା ଆରୋଡା, ଫିଲ୍ମ ମେକର ଆଶୁତୋଷ ଗୋୱାରିକର, ରବିନା ଟଣ୍ଡନଙ୍କ ପତି ଅନିଲ ଥଡାନୀ, ଅନୁଷା ଦାଣ୍ଡେକର, ଫିଲ୍ମ ମେକର ରାକେଶ ଓମ ପ୍ରକାଶ ମେହେରାଙ୍କ ସମେତ ଆଉ କେତେଜଣ ସେଲିବ୍ରିଟି ଯୋଗ ଦେଇଥିଲେ ।
Powered by Froala Editor