ବୁଥରେ ଦବଙ୍ଗଗିରି କରି ଗିରଫ ହେଲେ ଦୁର୍ବୃତ୍ତ

ଜଗତସିଂହପୁର: ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀ ମାହେଲ । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ଦୁର୍ବୃତ୍ତ । ପ୍ରଥମ ପର୍ଯ୍ୟାୟ ମତଦାନରେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବକୁ ମିଳିଥିବାବେଳେ କାଲି ମଧ୍ୟ ସମାନ ସ୍ଥିତି ସାମ୍ନାକୁ ଆସିଛି ।
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଟସରାରେ ହିଂସା । ପଟସରା କେନ୍ଦ୍ରର ୧ଓ ୨ନମ୍ବର ବୁଥରେ ହିଂସା ସୃଷ୍ଟି ହୋଇଥିଲା । ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ଦୁର୍ବୃତ୍ତ ପଳାଇଥିବାବେଳେ ଆଉ ଗୋଟିଏ ବୁଥ୍ ଭିତରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଭାଙ୍ଗି ଦେଇଥିଲେ।
ଏହାସହିତ ଜଗସିିଂହପୁର ଜିଲ୍ଲା ସଦର ବ୍ଲକ ନାଥସାହିରେ ପୋଲିସ୍ ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ସୂଚନା ଅନୁସାରେ କିଛି ଯୁବକ ଭୋଜି କରୁଥିବାବେଳେ ପୋଲିସ୍ ଅଟକାଇଥିଲା । ପୋଲିସ୍ ଅଟକାଇବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ପୋଲିସ୍ ଗାଡି ଭଙ୍ଗାରୁଜା କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଠେଲା ପେଲାରେ ଦୁଇ ପୋଲିସ୍ ଗୁରୁତର ଆହତ ହୋଇଥିବାବେଳେ ୫ରୁ ଉଦ୍ଧ୍ୱର୍ ପୋଲିସ ଆହତ ହୋଇଥିଲେ ।
ଜଗତସିଂହପୁର ପଟସରା ଭୋଟ କେନ୍ଦ୍ରରେ ହିଂସାକାଣ୍ଡ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହାସହିତ ପଲିନାଥସାହିରେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ ୨ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
Powered by Froala Editor