ବାଲଟ ପେପର ଚିରିଦେଲେ ଦୁର୍ବୃତ୍ତ
ବ୍ରହ୍ମପୁର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚାରଆଡେ ସରଗରମ୍ ହୋିଛି ରାଜନୈତିକ ମଇଦାନ । କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ, ସେଥିପାିଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ବିଭିନ୍ନ ବୁଥରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ସାରା ଓଡିଶାରେ ଦ୍ୱତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ଏକ ବୁଥରେ ପଶି ଦୁର୍ବୃତ୍ତମାନେ ୩୨ଟି ବାଲାଟ ପେପର ଚିରିଦେଇଛନ୍ତି । ଏଭଳ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଜିଲ୍ଲା ଚିକିଟି ବ୍ଲକ କୁତୁାରୁ ପଞ୍ଚାୟତ ରାମେୟାପାଟଣା ବୁଥରେ । ରାମେୟାପାଟଣାର ୧୨ନମ୍ବର ବୁଥରେ ପଶି ବାଲାଟ ପେପର ଚିରି ଦେଇଥିବା ସୂଚନା ମିଳିଛି ।
ସେହିଭଳି ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତମାନେ ହିଂସାକାଣ୍ଡ ଘଟାଇଛନ୍ତି । ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରେ ହିଂସାକାଣ୍ଡ ଘଟିଛି । ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ । ଆଉ ଗୋଟିଏ ବୁଥ ଭିତରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଭାଙ୍ଗିଦେଇଥିବା ଜଣାଯାଇଛି । ପଟସରା କେନ୍ଦ୍ରରେ ବି ଉତ୍ତେଜନା ଯୋଗୁଁ ମତଦାନ ବନ୍ଦ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ଭୋଟଦାନ ହୋଇଥିବା ଜଣାଯାଇଛି । ୨୦ ପ୍ରତିଶତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Powered by Froala Editor