ବିଗୁଡୁଛି ଆଇନ ଶୃଙ୍ଖଳା, ନଗ୍ନ ଅବସ୍ଥାରେ ନଦୀକୂଳରେ ପଡିଛି ଯୁବତୀଙ୍କ ମୃତ ଦେହ

ଯାଜପୁର: ବିଗୁଡୁଛି ଆଇନ ଶୃଙ୍ଖଳା । ଦିନକୁ ଦିନ ବଢିଚାଲିଛି ଅପରାଧ । ନର ରୂପି ରାକ୍ଷସଙ୍କ କବଳରେ ଚାଲିଯାଉଛି ଅନେକ ଜୀବନ । ବ୍ରାହ୍ମଣୀ ନଦୀର ବାମ ପାଶ୍ୱର୍ ଅନ୍ୟାସୀପୁର ଠାରେ ଶୁକ୍ରବାର ଜଣେ ଯୁବତୀଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ଯୁବତୀଙ୍କ ବୟସ ୨୦/୨୧ ହେବ ବୋଲି ଅନୁମାନ କରାଯାଉଛି । ପାରିପାଶ୍ୱିର୍କ ଅବସ୍ଥା ଓ ମୃତ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରାଯାଇଥିବା ସ୍ପଷ୍ଟ ଭାବେ ଜଣା ପଡୁଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ କରାଯାଉଛି ।
ଅଦ୍ୟାବଧି ପରିବାର ପକ୍ଷରୁ ବରୀ ରାମଚନ୍ଦ୍ରପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ । ସୂଚନା ମୁତାବକ ମୃତ ଯୁବତୀ ଜଣଙ୍କ ସ୍ଥାନୀୟ ଅନ୍ୟାସୀପୁର ଅକ୍ଷୟ ରଣାଙ୍କ ଝିଅ ।
Powered by Froala Editor