ନିର୍ବାଚନୀ ହିଂସା, ଭୋଜି ଅଟକାଇ ଛେଚା ଖାଇଲେ ପୋଲିସ୍

ଜଗତସିଂହପୁର: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ମତଦାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି ।
ଜଗସିିଂହପୁର ଜିଲ୍ଲା ସଦର ବ୍ଲକ ନାଥସାହିରେ ପୋଲିସ୍ ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ କିଛି ଯୁବକ ଭୋଜି କରୁଥିବାବେଳେ ପୋଲିସ୍ ଅଟକାଇଥିଲା । ପୋଲିସ୍ ଅଟକାଇବାରୁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ପୋଲିସ୍ ଗାଡି ଭଙ୍ଗାରୁଜା କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଠେଲା ପେଲାରେ ଦୁଇ ପୋଲିସ୍ ଗୁରୁତର ଆହତ ହୋଇଥିବାବେଳେ ୫ରୁ ଉଦ୍ଧ୍ୱର୍ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି ।
Powered by Froala Editor