ନିର୍ବାଚନୀ ତାତି, ବୁଥରୁ ଦୁର୍ବୃତ୍ତ ନେଇଗଲେ ଭୋଟ ବାକ୍ସ

ଜଗତସିଂହପୁର: ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ। ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଭୋଟିଂ ହେଉଛି । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ଦୁର୍ବୃତ୍ତ । ପ୍ରଥମ ପର୍ଯ୍ୟାୟ ମତଦାନରେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବକୁ ମିଳିଥିବାବେଳେ ଆଜି ମଧ୍ୟ ସମାନ ସ୍ଥିତି ସାମ୍ନାକୁ ଆସିଛି ।
ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଦ୍ୱାରା ହିସାଂକାଣ୍ଡ ହୋଇଛି । ଭୋଟ ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଟସରାରେ । ପଟସରା କେନ୍ଦ୍ରର ୧ଓ ୨ନମ୍ବର ବୁଥରେ ହିଂସା ସୃଷ୍ଟି ହୋଇଛି । ଗୋଟିଏ ବୁଥରୁ ଭୋଟ ବାକ୍ସ ନେଇ ଦୁର୍ବୃତ୍ତପଳାଇଥିବାବେଳେ ଆଉ ଗୋଟିଏ ବୁଥ୍ ଭିତରେ ଦୁର୍ବୃତ୍ତମାନେ ଭୋଟ ବାକ୍ସ ଭାଙ୍ଗି ଦେଇଛନ୍ତି । ଏଥିପାଇଁ ପଟସରା କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ବର୍ତ୍ତମାନ ମତଦାନ ବନ୍ଦ ରହିଥିବା ସୂଚନା ମିଳିଛି ।
Powered by Froala Editor