ଆକ୍ସନ ମୋଡରେ ଭିଜିଲାନ୍ସ, ପୁଣି ଫଶିଲେ ପୌର ପରିଷଦର ସହକାରୀ ଯନ୍ତ୍ରୀ

କୋରାପୁଟ: ଜୋରଦାର ଚାଲିଛି ଭିଜିଲାନ୍ସ ରେଡ । ଗତ କିଛି ଦିନ ହେବ ଆକ୍ସନ ମୋଡରେ ଭିଜିଲାନ୍ସ । ନିକଟରେ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଫଶିଥିବାବେଳେ ଆଜି ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ କବଳରେ ପଡିଛନ୍ତି । ଆଜି ସକାଳୁ ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଜାରି ରହିଛି । ବ୍ରହ୍ମପୁର, ସୁନାବେଡା, ଗଜପତି, ଭୁବନେଶ୍ୱରରେ ଚାଲିଛି ଚଢଉ । ୫ଜଣ ଡିଏସପି, ୮ଜଣ ଇନସ୍ପେକ୍ଟରଙ୍କ ସହ ଅନେକ ଭିଜିଲାନ୍ସ କର୍ମଚାରୀ ଚଢାଉରେ ସାମିଲ ଅଛନ୍ତି । ଗତକିଛି ଦିନ ହେବ ମନୋଜ ପାତ୍ର ଭିଜିଲାନ୍ସ ସ୍କାନରରେ ରହିଥିଲେ ।
Powered by Froala Editor