ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସମିତିସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀ

ଢେଙ୍କାନାଳ: ରାଜ୍ୟରେ ପଂଚାୟତ ନିର୍ବାଚନୀ ମାହୋଲ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ସରକାର ମୁକ୍ତ ଅବାଧ ହିଂସାମୁକ୍ତ ନିର୍ବାଚନ କରିବାକୁ ନିଦେ୍ର୍ଧଶ ଦେଇଥିବାବେଳେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ।
ତେବେ ଢେଙ୍କାନାଳ ସାଙ୍କୁଲେଇ ପଂଚାୟତ ସମିତିସଭ୍ୟ ପ୍ରାର୍ଥୀନୀଙ୍କ ସ୍ୱାମୀ ନିଖୋଜ ଥିବା ଅଭିଯୋଗ ହୋଇଥିଲା ଓ ତାଙ୍କ ଗାଡିରେ ରକ୍ତଛିଟା ଲାଗିଥିଲା । ଏଥିପାଇଁ ପୂରା ପରିବାରରେ ଭୟର ବାତାବରଣ ରହିଥିଲା । ତେବେ ନିଖୋଜ ହୋଇଥିବା ସମିତିସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଆଜି ସକାଳୁ ଉଦ୍ଧାର କରାଯାଇଛି । ସିମିଳିଆ ଓଭର ବ୍ରିଜ୍ ନିକଟରୁ ପୋଲିସ୍ ତାଙ୍କୁ ଉଦ୍ଧର କରିଛି ।
ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଉଦ୍ଧାର ବ୍ୟକ୍ତି ଜଣଙ୍କ ନାମ ଚିନ୍ମୟ କୁମାର ଦାଶ । ଗତ ବୁଧବାରଠାରୁ ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ଭାରତୀ ରଥଙ୍କ ପାଇଁ ପ୍ରଚାର କରିବାକୁ ଯାଇ ତାଙ୍କ ସ୍ୱାମୀ ଚିନ୍ମୟ କୁମାର ଦାଶ ନିଖୋଜ ଥିଲେ । ସ୍ୱାମୀଙ୍କୁ ଫେରାଇ ଦେବା ପାଇଁ ଭାରତୀ ବହୁ ଗୁହାରୀ କରିଥିଲେ ।
ସୂଚନାଯୋଗ୍ୟ, ଚିନ୍ମୟଙ୍କ ନିଖୋଜ ନେଇ ତାଙ୍କ ପରିବାର ପକ୍ଷରୁ ଗତ ବୁଧବାର ଅଭିଯୋଗ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରି ଢୋଲପଶି-ସାଙ୍କୁଲେଇ ରାସ୍ତା ନିକଟରୁ ସ୍କୁଟିକୁ ଉଦ୍ଧାର କରିଥିଲା । ଏହାପରେ ଆଜି ତାଙ୍କୁ ପୋଲିସ୍ ଉଦ୍ଧାର କରିଛି । ପୁଲିସ୍ କେବଳ ଫୋନ୍ କରି ମେଡିକାଲ ଆସିବା ପାଇଁ କହିବା ସହ ଅପହରଣ ପଛରେ କିଏ ଅଛି, ସେ ସମ୍ପର୍କରେ ସୂଚନା ଦେଇ ନ ଥିବା କହିଛନ୍ତି ଭାରତୀ । ଚିନ୍ମୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Powered by Froala Editor