ନିର୍ବାଚନୀ ହିଂସା: ପ୍ରାର୍ଥୀନୀଙ୍କ ସ୍ୱାମୀ ନିଖୋଜ, ଗାଡିରେ ରକ୍ତ ଛିଟା

ଢେଙ୍କାନାଳ: ରାଜ୍ୟରେ ପଂଚାୟତ ନିର୍ବାଚନୀ ମାହୋଲ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ସରକାର ମୁକ୍ତ ଅବାଓ ହିଂସାମୁକ୍ତ ନିର୍ବାଚନ କରିବାକୁ ନିଦେ୍ର୍ଧଶ ଦେଇଥିବାବେଳେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ।
ତେବେ ସମିତିସଭ୍ୟ ପ୍ରାର୍ଥୀନିଙ୍କ ସ୍ୱାମୀ ନିଖୋଜ ହୋଇଥିବା ଅଭିଯୋଗ । ଢେଙ୍କାନାଳ ସାଙ୍କୁଲେଇ ପଂଚାୟତ ସମିତିସଭ୍ୟ ପ୍ରର୍ଥିନୀଙ୍କ ସ୍ୱାମୀ ନିଖୋଜ ଅଛନ୍ତି । ଗତକାଲି ରାତିରୁ ନିଖୋଜ ନେଇ ସଦର ଥାନରେ ଅଭିଯୋଗ ହୋଇଛି । ଢୋଲପଶି-ସାଙ୍କୁଲେଇ ରାସ୍ତାକଡରୁ ନିଖୋଜ ବ୍ୟକ୍ତିଙ୍କ ସ୍କୁଟିକୁ ପୋଲିସ୍ ଜବତ କରିଛି । ପୋଲିସ୍ ଦ୍ୱାରା ଜବତ ସ୍ଖୁଟିରେ ରକ୍ତ ଛିଟାଲାଗିଥିବା ସୂଚନା ମିଳିଛି ।
କିଛି ବ୍ୟକ୍ତ ତାଙ୍କୁ ଅଟକାଇଥିବା ରାତିରେ ଫୋନ କରି ସ୍ତ୍ରୀ’ଙ୍କୁ କହିଥିଲେ । ତବେ ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ସୁଇଚ୍ ଅÿଫ ଆସିଥିଲା । ତାଙ୍କ ପତ୍ନୀଙ୍କ କହିବା ଅନୁସାରେ କାହାକୁ ସେ ସନେ୍ଦହ କରୁନାହାଁନ୍ତି ଓ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ଗୁହାରି କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ସାଙ୍କୁଲେଇ ପଂଚାୟତରେ ହେବାକୁ ଯାଉଛି ମତଦାନ । ତେବେ ଏହା ନିର୍ବାଚନ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ପୋଲସ୍ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor