୨ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କାଜୋଲ

ବଲିଉଡ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ଅଟେ। ଏହାର ମୋଟ ମୂଲ୍ୟ ପ୍ରାୟ ୧୧ କୋଟି ୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଜାନୁୟାରୀରେ କାଜୋଲ ଏହି ଦୁଇଟି ଫ୍ଲାଟ ପାଇଁ ବହୁ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି। ଏହି ଦୁଇଟି ଫ୍ଲାଟ୍ ୨୦୦୦ ବର୍ଗଫୁଟ୍ । କାଜୋଲଙ୍କର ଏହି ଦୁଇଟି ନୂତନ ଘର ତାଙ୍କ ଶିବଶକ୍ତି ବଙ୍ଗଳା ନିକଟରେ ରହିଛି । ଅଜୟ ଏବଂ କାଜୋଲଙ୍କ ଏହି ବଙ୍ଗଳା ନିକଟରେ ହ୍ରିତିକ ରୋଶନ, ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ବଙ୍ଗଳା ଅଛି।
ତେବେ ରିପୋର୍ଟ ଅନୁଯାୟୀ, ଜାନୁଆରୀରେ କାଜୋଲ ଏହି ଦୁଇଟି ଫ୍ଲାଟ ପାଇଁ ବହୁ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି। ଟ୍ରାଇକ୍ସା ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ ସହିତ କାଜୋଲ ବିଶାଲ ଦେବଗାନଙ୍କ ସମ୍ପତ୍ତିର କାଗଜପତ୍ରରେ ଦସ୍ତଖତ କରାଯାଇଛି।
Powered by Froala Editor