କୁକୁଡ଼ା ଦେଲା ୩୦ ଟଙ୍କା ବସ୍ ଭଡ଼ା, ଭାଇରାଲ ହେଉଛି ଭିଡିଓ
ବସରେ ଯାତ୍ରା କଲେ ଆପଣଙ୍କୁ ଭଡା ଦେବାକୁ ପଡିଥାଏ। ଆପଣ ବି ଟିକେଟ ନେଇ ବସରେ ଯାତ୍ରା କରିଥିବେ। କିନ୍ତୁ ତେଲେଙ୍ଗାନାରେ କିଛି ଏମିତି ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହୋଇଯିବ। କାହିଁକିନା ବସରେ ଯାତ୍ରା କରିବା କାରଣରୁ କଣ୍ଡକ୍ଟର କୁକୁଡା ଠାରୁ ୩୦ ଟଙ୍କା କାଟିଲେ ବସ୍ ଭଡା। ଯାହାପରେ କୁକୁଡାର ବସ୍ ଟିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଯାତ୍ରା କରିବା ଦ୍ୱାରା ଗୋଟେ କୁକୁଡାକୁ ୩୦ ଟଙ୍କା ବସ୍ ଭଡା ଦେବାକୁ ପଡିଛି। ଖବର ଅନୁଯାୟୀ ତେଲେଙ୍ଗାନାର କରୀମନଗର ଜିଲ୍ଲାରେ ଟିଏସଆରଟିସି ବସ୍ କଣ୍ଡକ୍ଟର ଏକ କୁକୁଡା ଠାରୁ ବସ୍ ଭଡା କାଟିଛନ୍ତିି। କଣ୍ଡକ୍ଟର କୁକୁଡାର ମାଲିକକୁ ତାଙ୍କ ସହ କୁକୁଡାର ବି ଭଡା ଦେବାକୁ କହିଲେ ଏବଂ କୁକୁଡାର ଏକ ଯାତ୍ରୀ ଟିକେଟ ୩୦ ଟଙ୍କାର କାଟିଦେଲେ। ତେବେ ଆଶ୍ଚର୍ଯ୍ୟ ଲାଗୁଥିବା ଏ ଘଟଣା ସତରେ ଘଟିଛି। ବାସ୍ତବରେ ଘଟଣାଟି କିଛି ଏପରି ଥିଲା।
କୁକୁଡା ତିରୁପତି ପିଦ୍ଦାପଲୀ ରୁ କରୀମନଗର ଯାଉଥିବା ଏକ ବସରେ ଜଣେ ଯାତ୍ରୀ ନିଜ ସାଥିରେ କୁକୁଡାକୁ ଧରି ଚଢ଼ିଲେ। ତେବେ ଭଡା ନେବା ପାଇଁ କଣ୍ଡକ୍ଟର ଆସି ମହମ୍ମଦ ଅଲି ନାମକ ଏହି ଯାତ୍ରୀଙ୍କ ଠାରୁ କୁକୁଡାର ବି ଟିକେଟ କାଟିବା ପାଇଁ କହିଲେ। କୁକୁଡାର ଭଡା କଥା ଶୁଣି ପ୍ରଥମେ ତ ଉଭୟଙ୍କ ଭିତରେ କିଛି ସମୟ ଯୁକ୍ତତର୍କ ଚାଲିଲା। କିନ୍ତୁ ଯେତେବେଳେ ବସ୍ କଣ୍ଡକ୍ଟର ମାନିଲେନାହିଁ ବାଧ୍ୟ ହୋଇ କୁକୁଡା ମାଲିକ ସାଥିରେ ନେଇଥିବା କୁକୁଡାର ବି ଭଡା ୩୦ ଟଙ୍କା ଦେଲେ।
ତେବେ ଏହି ପୂରା ଘଟଣାକୁ ବସରେ ବସିଥିବା ଜଣେ ଯାତ୍ରୀ ଭିଡିଓ କରିଥିଲେ। ଯାହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେତେବେଳେ ଏହି ଖବର ଟିଆସିଟିସିର ଅଧିକାରଙ୍କ ପାଖରେ ପହଁଚିଲା ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ଅଧିକାରୀ କହିଛନ୍ତି କଣ୍ଡକ୍ଟରଙ୍କୁ କୁକୁଡାର ଟିକେଟ କାଟିବା ବଦଳରେ ସେହି ଯାତ୍ରୀଙ୍କୁ ବସରୁ ଓହ୍ଲାଇଦେବାର ଥିଲା। କାହିଁକିନା ଟିଆରସିଟିସି ବସରେ ଜୀବଜନ୍ତୁଙ୍କୁ ନେଇଯିବାର ଅନୁମତି ନାହିଁ। ତେବେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ମାମଲାର ଯାଞ୍ଚ୍ କରାଯିବ ଏବଂ କଣ୍ଡକ୍ଟରଙ୍କ ଠାରୁ ସ୍ପଷ୍ଟୀକରଣ ନିଆଯିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁୁ ଯେ ଏହା ପ୍ରଥମ ମାମଲା ନୁହେଁ, ଏହାପୂର୍ବରୁ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଏକ କୁକୁଡା ଛୁଆର ଟିକେଟ କଟାଯାଇଥିଲା। କୁକୁଡା ଚିଆଁ ଠାରୁ ୫୨ ଟଙ୍କା ଭଡା କଟା ଯାଇଥିଲା।
Powered by Froala Editor