ଯଦି ପଗଡ଼ୀ ଚଏସ ହୋଇପାରିବ ତେବେ ହିଜାବ କାହିଁକି ନୁହେଁ?

କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ବଢିବାରେ ଲାଗିଛି । ଏପରିକି ତେଲେଙ୍ଗାନାରେ ମଧ୍ୟ ବୁର୍ଖାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏ ପ୍ରସଙ୍ଗକୁ ନେଇ ନାନା ଆଲୋଚନା ଚାଲିଥିବାବେଳେ ବଲିଉଡ ଅଭିନେତ୍ରୀ ସୋନମ କପୁର ନିିଜ ମତ ରଖିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫୋଟୋ ସେୟାର କରିଛନ୍ତି ସୋନମ । ଫଟୋରେ ଜଣେ ବ୍ୟକ୍ତି ପଗଡ଼ୀ ପିନ୍ଧିଛନ୍ତି ଏବଂ ଅନ୍ୟ ଜଣେ ମହିଳା ହିଜାବ ପିନ୍ଧିଛନ୍ତି । ସୋନମ ଏହାକୁ ନେଇ ଏକ ପ୍ରଶ୍ନ କରିଛନ୍ତି ଯେ- ଯଦି ପଗଡ଼ୀ ଚଏସ ହୋଇପାରିବ ତେବେ ହିଜାବ କାହିଁକି ନୁହେଁ?
ଏହି ମାମଲାରେ ଏବେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜର ମତ ରଖୁଛନ୍ତି । ଏହା ପୂର୍ବରୁ କଙ୍ଗନା ରଣାୱତ, ଶାବାନା ଆଜମୀ ଏବଂ ଜାବେଦ ଅଖତର ଏହି ମାମଲାରେ ସୋସିଆଲ ମିଡିଆରେ ନିଜ ନିଜର ମତ ରଖିଛନ୍ତି । ଭାରତରେ ହିଜାବ ମାମଲାକୁ ନେଇ ଏବେବି ପରିସ୍ଥିତି ଗମ୍ଭୀର ରହିଛି ।
ସୂଚନା ଯେ, କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ଏକ ସରକାରୀ ସ୍କୁଲରୁ ଏହି ବିବାଦ ଆରମ୍ଭ ହୋଇଥିଲା । ଏଠାରେ ୬ ଜଣ ଛାତ୍ରୀ କ୍ଲାସକୁ ହିଜାବ ପିନ୍ଧି ଆସିଥିଲେ । କିନ୍ତୁ ତାଙ୍କୁ ମନା କରାଯାଇଥିଲା ଯାହାକୁ ନେଇ ଏହି ମାମଲା କର୍ଣ୍ଣାଟକରେ ଅନେକ ସ୍ଥାନରେ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
Powered by Froala Editor