ଗିରଫ ହେଲେ ସୁନ୍ଦରଗଡ ଏଡିଏମ୍

ସୁନ୍ଦରଗଡ: ସୁନ୍ଦରଗଡ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ର ଗିରଫ । କୋଟିପତି ଏଡିଏମଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ପକ୍ଷରୁ ଚଢାଉ କରାଯାଇଥିଲା । ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ତାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଜଗତସିଂହପୁର ଜିଲ୍ଲାର ପୈତୃକ ଘର ଜଡାତିରା, ରଘୁନାଥ ପୁରର ରେଢୁଆ, ମଣିଜଙ୍ଗା, ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଏବଂ ବାଲିଅନ୍ତାରେ ଚଢାଉ କରାଯାଇଥିଲା ।
ତେବେ ଆଜି ଦୁର୍ନିତି ନିବାରଣ କ୍ଷେତ୍ରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ ନାଁ’ରେ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି ।
Powered by Froala Editor