ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ୍, ଚାଲିଗଲା ୪ଜୀବନ

ଫୁଲବାଣୀ: ଏମିତି ବି ମୃତୁ୍ୟ ଆସେ । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ୍ । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ୪ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି ।
ମୃତ ଶିଶୁ ଦ୍ୱୟ ଭାଇ-ଭଉଣୀ । ସେମାନଙ୍କ ନାଁ ଭଗିଆ ଦିଗାଲ ଓ ରୋଜାଲିନ ଦିଗାଲ ବୋଲି ସୂଚନା ମିଳିଛି । ଅନ୍ୟ ଦୁଇ ମୃତକ ହେଲେ ଦୀପ୍ତି ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ।
ଏମାନେ ସମସ୍ତେ ଗତକାଲି ବିଶିପଡାର ତାଳପଡାରେ ଜଣେ ବନ୍ଧୁଙ୍କ ଘରେ ଆୟୋଜିତ ଜନ୍ମଦିନ ଭୋଜି ଖାଇ ଗୁମ୍ମାଗଡକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଲାହାବାଡିରେ ଦୁର୍ଘଟଣାର ଶିକାର ହୋଇଥିଲେ । କାର୍ଟି ସିଧା ଯାଇ ଟ୍ରକ୍ ପଛରେ ପିଟି ହୋଇଥିଲା । ଓମିନି ଭ୍ୟାନରେ ୧୦ ଜଣ ଥିଲେ । ଘଟଣାସ୍ଥଳରେ ୪ ଜଣଙ୍କ ମୃତୁ୍ୟ ଘଟିଥିଲା । ୪ ଆହତଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି ।
Powered by Froala Editor