ଆଜି ଚୁମ୍ବନ ଦିବସ
ଆଜି ଭାଲେଣ୍ଟାଇନ୍ ସପ୍ତାହର ସପ୍ତମ ଦିନ। ଆଜିର ଦିନକୁ ପ୍ରେମୀ ଯୁଗଳ କିସ୍ ଡେ’ବା ଚୁମ୍ବନ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ଭାବନା ଦର୍ଶାଇଥା’ନ୍ତି। ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ବା ଭାଲେଣ୍ଟାଇନ୍ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖରେ ପାଳିତ ହୋଇଥାଏ କିସ୍ ଡେ’। ଆଜିର ଦିନରେ ପ୍ରେମୀମାନେ ଚୁମ୍ବନ ଦେଇ ନିଜ ପ୍ରେମର ଗଭୀରତାକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିଥାନ୍ତି। ତେବେ କିସ୍ କରିବାର କେତେକ ଶାରୀରିକ ଲାଭ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଚୁମ୍ବନ ଦ୍ୱାରା ମିଳୁଥିବା ଫାଇଦା ସମ୍ପର୍କରେ …
- ସାରା ଦିନର ଚିନ୍ତା ଓ ଥକାପଣ କମ୍ କରିବାରେ ନିଜ ପ୍ରିୟ ଲୋକର ଏକ ପ୍ରେମଭରା ଚୁମ୍ବନ ହିଁ ଯଥେଷ୍ଟ। କିସ୍ କରିବା ଦ୍ୱାରା ଶରୀରରେ କୋର୍ଟିଜୋଲର ସ୍ତର କମ୍ ହୋଇଥାଏ। ଏହା ଦ୍ୱାରା ଚିନ୍ତା ଦୂର ହୋଇଥାଏ।
- କିସ୍ କରିବା ବେଳେ ୩୪ ଫେସିଆଲ ମାଂସପେଶୀ ଓ ଶରୀରର ୧୧୨ ପୋଶ୍ଚରାଲ ମାଂସପେଶୀ ବ୍ୟବହୃତ ହୋଇଥାଏ। କିସ୍ କରିବା ଦ୍ୱାରା ମାଂସପେଶୀ ଟାଇଟ୍ ଓ ଟୋନ୍ଡ ରହେ। ଫଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବାବସ୍ଥା ବଜାୟ ରହେ।
- କିସ୍ କରିବା ଦ୍ୱାରା ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ। ଏହା ମହିଳାଙ୍କୁ ସାଇଟୋମେଗାଲୋ ଭାଇରସ୍ରୁ ରକ୍ଷା କରେ। ଏହି ଭାଇରସ୍ ଗର୍ଭାବସ୍ଥାରେ ଶିଶୁଙ୍କୁ ଅନ୍ଧ କରିଥାଏ।
- ଶରୀରରୁ କ୍ୟାଲୋରୀ କମ୍ କରିବାରେ କିସ୍ ସାହାଯ୍ୟ କରେ। ପ୍ରାୟ ୧ ମିନିଟ୍ କିସ୍ କଲେ ୨ରୁ ୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। କେବଳ ଏତିକି ନୁହେଁ, କିସ୍ ଦ୍ୱାରା ଶରୀରର ମେଟାବଲିକ୍ ରେଟ୍ ବି ବଢ଼େ।
- କିସ୍ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲିନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ। ଏହି ହରମୋନ୍ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ଲାଗି ହାର୍ଟକୁ ପମ୍ପ କରିବାରେ ଏହି ହରମୋନ୍ ସାହାଯ୍ୟ କରେ। ଏହା ବ୍ଲଡ ପ୍ରେସରକୁ କମ୍ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ।
Powered by Froala Editor