ମମିତା ହତ୍ୟାକାଣ୍ଡ ମାମଲା: ସ୍ଥିତିପତ୍ର ଦାଖଲ କଲା ପୁଲିସ
ଟିଟିଲାଗଡ଼ : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତ କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ବିରୋଧରେ ବଙ୍ଗୋମୁଣ୍ଡା ଜେଏମଏଫ ସିଙ୍କ ଅଦାଲତରେ ସିନେ୍ଧକେଲା ଥାନା ପୁଲିସ ସ୍ଥିତିପତ୍ର (ଚାର୍ଜସିଟ) ଦାଖଲ କରିଛି । ସିନେ୍ଧକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କ ସୂଚନା ଅନୁସାରେ ତଦନ୍ତର ସମସ୍ତ ଦିଗ ନେଇ ଅଦାଲତରେ ପ୍ରମାଣ ଦାଖଲ କରାଯାଇଛି । ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ଗତ ବର୍ଷ ଅକ୍ଟୋବର ୮ରୁ ଘରୁ ନିଖୋଜ ହେବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ତଦନ୍ତ ପରେ ଗୋବିନ୍ଦଙ୍କୁ ଟିଟିଲାଗଡ ପୁଲିସ ବ୍ୟାରେକରେ ଅଟକ ରଖୁଲା । ଗୋବିନ୍ଦ ଅକ୍ଟୋବର ୧୭ରେ ପୁଲିସ ବ୍ୟାରେକରୁ ଫେରାର ହୋଇଯାଇଥିଲା । ଅନ୍ୟପକ୍ଷରେ ଅକ୍ଟୋବର ୧୯ ପୂର୍ବାହ୍ନରେ ମହାଲିଙ୍ଗ ସରକାରୀ ହାଇସ୍କୁଲ ପଡିଆରୁ ପ୍ରାୟ ୧୦ ଫୁଟ ଗାତ ତଳୁ ପୁଲିସ ମମିତାଙ୍କ ମୃତଦେହର ଜଳାପୋଡ଼ା ଅଂଶ ଉଦ୍ଧାର କରିଥିଲା । ମମିତାଙ୍କ ଜଳାପୋଡ଼ା ମୃତଦେହ ଉଦ୍ଧାର ହେବା ଦିନ ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଡିପଦର ଗାଁର ଆଖୁ କିଆରିରୁ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଥିଲା । ଅଦାଲତରେ ତଦନ୍ତ ସମୟରେ ଯାହା କିଛି ସାକ୍ଷ୍ୟ ପ୍ରମାଣ ମିଳିଥିଲା ତାହା ଦାଖଲ କରାଯାଇଥିବା ଟିଟିଲାଗଡ ଉପଖଣ୍ଡ ସୂଚନା ଦେଇଛନ୍ତି ।
Powered by Froala Editor