ରାଜ୍ୟରେ ବଢିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ ହ୍ରାସ ପାଇଛି । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ସମସ୍ତ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଥିବାରୁ ବିଶେଷ ଶୀତ ଅନୁଭୂତ ହେବାର ସମ୍ଭାବନା ନାହିଁ । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି । ପ୍ରାୟ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ରାତି ତାପମାତ୍ରା ଥିବାରୁ ସ୍ୱାଭାବିକ ଶୀତ ଅନୁଭୂତ ହେଉଛି । ଶନିବାର ଭୋରରୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଟକ, ଅନୁଗୁଳ ଏବଂ ଢେ଼ଙ୍କାନାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ।
Powered by Froala Editor