ପାରାଦୀପରେ ନକଲି ମଶା ଧୂପ ଜବତ

ପାରାଦୀପ : ଶୁକ୍ରବାର ରାତିରେ ପାରାଦୀପ ଆଦର୍ଶ ଥାନା ଅଧୀନ ତାରିଣୀ ଗଢ଼ାର ପ୍ଳଟ ନଂ. ୪୫୨ରେ ଥିବା ତିନି ମହଲା କୋଠାରୁ ଲକ୍ଷ ଲକ୍ଷ ଟଙ୍କାର ନକଲି ମଶା ଧୂପ ଜବତ କରାଯାଇଛି । ମୁମ୍ବାଇ ସ୍ଥିତ ଅଂଶିକା କମ୍ପାନିର ‘ସ୍ଲିପୱେଲ’ ବ୍ରାଣ୍ଡର ନକଲି ମଶାଧୂପ ତିଆରି କରିବା ଅଭିଯୋଗରେ ପୁଲିସ ବାଲିକୁଦା ଥାନା ତରାସାହି ଅଞ୍ଚଳର ରବୀନ୍ଦ୍ର ନାଥ ନାୟକ( ୬୦ )ଙ୍କୁ କାବୁ କରି ଥାନାରେ ଅଟକ ରଖିଛି ।
ଏଥିସହିତ ଉକ୍ତ ଗୋଦାମରୁ ଲକ୍ଷ ଲକ୍ଷ ଲକ୍ଷ ଟଙ୍କା ନକଲି ମଶାଧୂପ, ଧୂପ ତିଆରି ମେସିନ୍, ପ୍ୟାକିଂ ସାମଗ୍ରୀ, କେମିକାଲ୍ସ ଓ ଏକ ଭ୍ୟାନକୁ ଜବତ କରାଯାଇଛି । ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଥାଉକି, ଅଂଶିକା କମ୍ପାନିର ମଶାଧୂପକୁ ନକଲ କରି ମାର୍କେଟରେ ଯୋଗାଣ କରାଯାଉଥିବା ନେଇ କମ୍ପାନି ପାଖରେ ଅଭିଯୋଗ ପହଞ୍ଚିଥିଲା । ଏହାକୁ ଆଧାର କରି କମ୍ପାନିର ଏକ ତଦନ୍ତକାରୀ ଟିମ୍ ପାରାଦୀପ ଆସି ଛାନ୍ଭିନ କରିଥିଲା । ସତ ଧରାପଡ଼ିଥିଲା । ଏଣୁ କମ୍ପାନି ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରାଯିବାରୁ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।
Powered by Froala Editor