Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ...

  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ...

  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ

  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ...

  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ...

  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ...

ରାଜ୍ୟ
Home ›› ରାଜ୍ୟ ››ସରପଞ୍ଚ ପ୍ରାର୍ଥୀ ଦେଲେ ଲିଖିତ ପରୀକ୍ଷା, ପ୍ରଶ୍ନ ଜାଣିଲେ ହେବେ ଚକିତ

ସରପଞ୍ଚ ପ୍ରାର୍ଥୀ ଦେଲେ ଲିଖିତ ପରୀକ୍ଷା, ପ୍ରଶ୍ନ ଜାଣିଲେ ହେବେ ଚକିତ

2022-02-12 07:19:15
14249
Share:
Facebook
Twitter
E-Mail
WhatsApp
Telegram
ସରପଞ୍ଚ ପ୍ରାର୍ଥୀ ଦେଲେ ଲିଖିତ ପରୀକ୍ଷା, ପ୍ରଶ୍ନ ଜାଣିଲେ ହେବେ ଚକିତ


ସୁନ୍ଦରଗଡ : ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ସରଗରମ୍ ହେଉଛି ରାଜନୈତିକ ମଇଦାନ । ବିଭିନ୍ନ୍ ଦଳର ନେତା ଓ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ନେତାମାନେ ଜନ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳିଛି । କେଉଁ ସ୍ଥାନରେ ପ୍ରଚାର ବେଳେ ବିଧାୟକଙ୍କୁ ରାସ୍ତାରେ ଅଟକାଇ ଗ୍ରାମବାସୀ ପ୍ରଶ୍ନ ପରେ ପ୍ରଶ୍ନ କରି ଅସ୍ତବ୍ୟସ୍ତ କରି ଦେଇଛନ୍ତି ତ କେଉଁଠି ସାଂସଦଙ୍କୁ ଅଟକାଇ ତାଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି । ପୁଣି କେଉଁଠି କଳା ପତାକା ଦେଖାଇଛନ୍ତି । ବିଶେଷ କରି ରାଜ୍ୟରେ କ୍ଷମତାରେ ଥିବା ବିଜେଡିର ନେତାଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଆଉ ଏ ସବୁ ପଛରେ ଗୋଟିଏ ସାଧାରଣ ଅଭିଯୋଗ ହୋଇଛି ଯେ ନେତାମାନେ ଖାଲି ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଆସୁଛନ୍ତି । ଅନ୍ୟ ସମୟରେ ସେମାନଙ୍କ ସୁଖଦୁଃଖରେ ନେତାଙ୍କ ଦେଖା ମିଳୁନି ।

ଏହାରି ଭିତରେ ଘଟିଛି ଭିନ୍ନ ଏକ ରୋଚକ ଘଟଣା । ସରପଞ୍ଚ ପ୍ରାର୍ଥୀମାନଙ୍କୁ ଦେବାକୁ ପଡିଛି ଲିଖିତ ପରୀକ୍ଷା । ୮ ଜଣ ଲିଖିତ ପରୀକ୍ଷା ଦେଇଥିବା ବେଳେ ମାତ୍ର ୩ ଜଣ ପାସ୍ କରିଛନ୍ତି । ଏହି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ପଞ୍ଚାୟତର ମାଲୁପଡା ଗାଁରେ ।
ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ଅନ୍ୟ ସବୁ ସ୍ଥାନର ପ୍ରାର୍ଥୀଙ୍କ ଭଳି ଏହି ୯ ପ୍ରାର୍ଥୀ ମଧ୍ୟ ନିଜ ପଞ୍ଚାୟତରେ ଜୋରସୋରରେ ପ୍ରଚାର କରୁଛନ୍ତି । ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ମାଲୁପଡା ଗାଁରେ ସେମାନଙ୍କର ଏଭଳି ପ୍ରଚାର କାମ ଦେଇ ନାହିଁ । ମାଲୁପଡା ଗ୍ରାମବାସୀ ପ୍ରଥମେ ସେମାନଙ୍କ ଯୋଗ୍ୟତା ପରୀକ୍ଷା କରିବାକୁ ଚାହିଁଁଥିଲେ । ଆଉ ଏଥିପାଇଁ ଲିଖିତ ପରୀକ୍ଷା ଦେବାକୁ ହେବ ବୋଲି ସମସ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ କହିଥିଲେ । ୯ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଲିଖିତ ପରୀକ୍ଷା ଦେବାକୁ ରାଜି ହୋଇଥିଲେ । କିନ୍ତୁ ଜଣେ ରାଜି ହୋଇ ନଥିଲେ । ଯେଉଁ ୮ ଜଣ ଲିଖିତ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ପାସ୍ କରିଛନ୍ତି ।
ଏହି ପ୍ରାର୍ଥୀଙ୍କ ପାଇଁ ୭ଟି ପ୍ରଶ୍ନ ରଖାଯାଇଥିଲା ।
ପ୍ରଥମ ପ୍ରଶ୍ନ ଥିଲା- ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦେ୍ଧଶ୍ୟ ଲେଖନ୍ତୁ ।
୨-ଯଦି ସରପଞ୍ଚ ହୋଇଗଲେ ଆଗାମୀ ୫ ବର୍ଷ ପାଇଁ କ’ଣ ଲକ୍ଷ୍ୟ ରହିବ?,
୩- ଯଦି ସମାଜ ସେବା କରିବା ପାଇଁ ରାଜନୀତିକୁ ଆସିଛନ୍ତି, ତା’ହେଲେ ଆଗରୁ ଆପଣଙ୍କ ଦ୍ୱାରା କରାଯାଇଥିବା ୫ଟି ସମାଜ ସେବାର ନାମ ଲେଖନ୍ତୁ
୪- ଏବେ ସରପଞ୍ଚ ହେବା ପାଇଁ ଯେପରି ସାଧାରଣ ଲୋକଙ୍କ ଘରକୁ ବୁଲି ଭୋଟ୍ ମାଗୁଛନ୍ତି ଏବଂ କାହା ଘରେ କେତେ ଖଣ୍ଡ ଭୋଟ୍ ଅଛି ଜାଣିପାରୁଛନ୍ତି, ଯଦି ଆପଣ ସରପଞ୍ଚ ଭାବେ ବିଜୟ ଲାଭ କରନ୍ତି, ତା’ହେଲେ ଏଭଳି ଲୋକଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବେ କି?
୫-ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କିପରି ହେବା ଦରକାର ବର୍ଣ୍ଣନା କରନ୍ତୁ
୬-ଆପଣଙ୍କ ପଞ୍ଚାୟତରେ କେତୋଟି ୱାର୍ଡ ଅଛି ଓ କେତେ ଲୋକ ବସବାସ କରୁଛନ୍ତି?
 ୭- ପୂର୍ବରୁ ଯେଉଁମାନେ ସରପଞ୍ଚ ଥିଲେ ସେମାନଙ୍କ ସଂପର୍କରେ ଦୁଇ ଧାଡି ଲେଖନ୍ତୁ ।

ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡିଥିବା କଥା ଜଣାପଡିବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାଲୁପଡା ଗାଁରେ ସାମାନ୍ୟ ଅଶାନ୍ତି ମଧ୍ୟ ଦେଖାଯାଇଛି । ଲିଖିତ ପରୀକ୍ଷାରେ ପାସ୍ ଓ ଫେଲ୍ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡିଛି । ଏନେଇ କøଣସି ଗ୍ରାମବାସୀ ବା ପ୍ରାର୍ଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Powered by Froala Editor

Tags Election

Related articles Odisha News Lens 4.1

  • ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ
    ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15299
    May 11, 2026
  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ
    ଦେଶ-ଦେଶାନ୍ତର

    ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    15035
    May 12, 2026
  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ

    14997
    May 12, 2026
  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ
    ଦେଶ-ଦେଶାନ୍ତର

    ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14264
    May 12, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...
    ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...

    13971
    May 12, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...
    ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...

    13586
    May 12, 2026
  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15639
    May 12, 2026
  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ

    14166
    May 12, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା
    ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15497
    May 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15639
    May 12, 2026
  • ଦେଶ-ଦେଶାନ୍ତର

    ବର୍ଷେ ପାଇଁ ସୁନା କିଣିବା ବନ୍ଦ କରିବାକୁ ନିବେଦନ କଲେ ମୋଦୀ

    15299
    May 11, 2026
  • ଦେଶ-ଦେଶାନ୍ତର

    ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14264
    May 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17470
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17520
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17878
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16351
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15497
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16099
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14541
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15510
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15247
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15135
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13948
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15497
    May 12, 2026
  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ

    14166
    May 12, 2026
  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    15035
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In