ଭାବନା ସହ ଖେଳିଲା, ପ୍ରେମିକା ସହ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଗିରଫ ହେଲେ ପ୍ରେମିକ
ଭୁବନେଶ୍ୱର: ଅଢେ଼ଇ ବର୍ଷ ଅନ୍ଧ ଭଳି ଭଲ ପାଉଥିଲି । ହେଲେ ମୋ ଭାବନା ସହ ବେଶ ଖେଳିଲା । ସମ୍ପର୍କ ତୁଟାଇବାରୁ ସେ ପାଗଳ ପାଲଟିଗଲା । ପ୍ରତିଶୋଧ ନାଁରେ ଏମିତି କିଛି କାଣ୍ଡ ଭିଆଇଲା, ଯେଉଁଥିପାଇଁ ମୁଁ ସମାଜରେ ବଦନାମ ହୋଇଗଲି । ଜଣେ ଯୁବତୀ କାନ୍ଦି କାନ୍ଦି ଧୋକ୍କାବାଜ ପ୍ରେମିକର ଅକୁହା କାରନାମା ବଖାଣିଛନ୍ତି ।
ଯୁବତୀଙ୍କ ଅଭିଯୋଗ ହେଉଛି ପ୍ରେମିକ ଜଣକ ତାଙ୍କ ବିଶ୍ୱାସରେ ବିଷ ମିଶାଇଛି । ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି । ପ୍ରେମ ସପ୍ତାହ ଚାଲିଥିବା ବେଳେ ସହିଦନଗର ଅଞ୍ଚଳରୁ ‘ପ୍ରେମରେ ଧୋକ୍କା’ର କାହାଣୀ ସାମ୍ନାକୁ ଆସିଛି ।
ପ୍ରେମିକାଙ୍କ ଅଭିଯୋଗ କ୍ରମେ ସହିଦନଗର ଥାନା ପୁଲିସ ପ୍ରେମିକ ପ୍ରବରକୁ ଗିରଫ କରିଛି । ସେ ହେଲେ ସିତେଶ କୁମାର ପ୍ରଧାନ ଘର ଢେ଼ଙ୍କାନାଳରେ । ପୁଲିସ କହିଛି ସହିଦନଗର ଅଞ୍ଚଳରେ ଏକ ହଷ୍ଟେଲରେ ପିଙ୍କି (ଛଦ୍ମନାମ) ରୁହନ୍ତି ।
୨୦୨୦ ବେଳେ ସିତେଶ ତାଙ୍କୁ ସୋସିଆଲ ମିଡିଆରେ ପ୍ରେମ ନିବେଦନ କରିଥିଲେ । ପ୍ରତିଦିନ ହଷ୍ଟେଲ ସାମ୍ନାରେ ଛିଡ଼ା ହୋଇ ପ୍ରେମ ନିବେଦନ କଲେ । ଶେଷରେ ବାଧ୍ୟ ହୋଇ ପିଙ୍କି ତାଙ୍କ ନିବେଦରେ ହଁ ଭରିଲେ । ପରେ ଆରମ୍ଭ ହେଲା ପ୍ରେମ ଋତୁ । ବିବାହ ପ୍ରତିଶ୍ରୁତିରେ ସିତେଶ ତାଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଥିଲା । ତେବେ ସିତେଶ ବିବାହିତ ବୋଲି ଜାଣିବା ପରେ ତାଠାରୁ ସବୁ ସମ୍ପର୍କ ତୁଟାଇ ଦେଇଥିଲେ ।
Powered by Froala Editor