ଦାଦାବଟି ନ ଦେବାରୁ ଘରେ ପଶି ପିଟିଲେ

ଭୁବନେଶ୍ୱର: ଦାଦାବଟି ନ ଦେବାରୁ ଘରେ ପଶି ମାଡ଼ ମାରିବା ସହ ଲୁଟପାଟ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଦୁର୍ଦ୍ଧାନ୍ତ ଅପରାଧୀ ନାନୁ ଓରଫ ପବିତ୍ର ଦଳେଇ(୨୭)କୁ ଗିରଫ କରିଛି । ନାନୁର ଘର ଗଞ୍ଜାମ ଆମ୍ବପୁଆ । ସେ ଭୀମପୁର ବାଲାଜୀ କଂମ୍ପ୍ଲେକ୍ସ ନିକଟରେ ରହୁଥିଲା । ଭୀମପୁରରେ ରହୁଥିବା ନାନୁକା ଥାପାଙ୍କ ପୁଅ ଅରୁଣ ଥାପାଙ୍କୁ ଗତକାଲି ନାନୁ ଓ ତା’୨ ସହଯୋଗୀ ୫ ହଜାର ଟଙ୍କା ଦାଦାବଟି ମାଗିଥିଲେ । ସେ ମନା କରିବାରୁ ତାକୁ ମାଡ଼ ମାରିଥିଲେ । ଭୟରେ ସେ ସନ୍ଧ୍ୟାବେଳେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।
ମାତ୍ର ସନ୍ଧ୍ୟାବେଳେ ଟଙ୍କା ନ ପହଞ୍ଚିବାରୁ ନାନୁ ଓ ତା’ ୨ ସହଯୋଗୀ ଅରୁଣଙ୍କ ଘରେ ପଶି ମାଡ଼ ମାରି ପକେଟରୁ ୮ ଶହ ଟଙ୍କା ଛଡ଼ାଇ ନେଇଥିଲେ । ଏନେଇ ନାନୁକା ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ନାନୁ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା । ନାନୁ ନାମରେ ୨୦୧୫ ଓ ୧୬ରେ ଏୟାରଫିଲ୍ଡ ଥାନାରେ । ୩ଟି ମାମଲା ଥିବା ବେଳେ ୨୦୧୯ରେ କ୍ୟାପିଟାଲ ଥାନାରେ ଓ ଅନ୍ୟ ଥାନା ମାନଙ୍କରେ ମଧ୍ୟ ଅପରାଧିକ ମାମଲା ଥିବା ପୁଲିସ କହିଛି । ନାନୁକୁ କୋର୍ଟ ଚାଲାଣ କରାଯାଇଛି ।
Powered by Froala Editor