ଆଜି ସର୍କିଟ୍ ହାଉସରେ ସର୍ବଦଳୀୟ ବୈଠକ, ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ସର୍କିଟ୍ ହାଉସରେ ସର୍ବଦଳୀୟ ବୈଠକ ବସିବ । ଏଡିଏମଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବୈଠକରେ ନିର୍ବାଚନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ଆଜି ମଧ୍ୟ ପ୍ରାଥମିକ ଭୋଟର ତାଲିକା ମଧ୍ୟ ପ୍ରକାଶ ପାଇବ । ବିଏମସି ମୁଖ୍ୟ କାର୍ଯ୍ୟାଳୟ ଏଡିଏମଙ୍କ କାର୍ଯ୍ୟାଳୟ ସମେତ ୬୭ୱାର୍ଡରେ ଏହି ତାଲିକା ପ୍ରକାଶ ପାଇବ । ଚଳିତ ବର୍ଷ ରାଜଧାନୀରେ ମୋଟ ୭ଲକ୍ଷ ୨୭ହଜାର ୪୫୬ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ଶୁକ୍ରବାର ଡ୍ରାଫ୍ଟ ବୁଥ ଲିଷ୍ଟ ଏବଂ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ ।
Powered by Froala Editor