ଏସଇସି ଅଫିସ୍ ଆଗରେ ବିଜେପିର ଧାରଣା
ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ହେବ ପୌର ନିର୍ବାଚନା । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । କାଲି ୧୦୭ ପୌର ଓ ୩ମହାନଗର ପାଇଁ ଭୋଟର ତାଲିକା ପ୍ରକାଶ ପାଇବ । ତେବେ ଏସଇସି କାର୍ଯ୍ୟାଳୟ ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ପ୍ରକାଶ ପାଇବାକୁ ଥିବା ପ୍ରାଥମିକ ଭୋଟର ତାଲିକାକୁ ବିଜପି ପକ୍ଷରୁ ବିରୋଧ କରାଯାଇଛି । ଫଇସଲା ପାଇଁ ୩ଦିନ ଓ ଆପତ୍ତି ଅଭିଯୋଗ ପାଇଁ ସମୟସୀମା ବୃଦ୍ଧି ଦାବି କରିଛି ବିଜେପି । ଏହା ସହିତ ଜାନୁୟାରୀ ୧ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଜେପି ପକ୍ଷରୁ କୁହାଯାଇଛି ।
Powered by Froala Editor