ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ, କାରଣ ଜାଣିଲେ ହେବେ ଚକିତ
ବାଙ୍କି: ୪୦ ଫୁଟ୍ ମୋବାଇଲ ଟାୱାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଧମକ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛ କଟକ ଜିଲ୍ଲା ବାଙ୍କିରେ । ବାଙ୍କିର ଡମପଡା ମଦନମୋହନ ସ୍ଥିତ ଛକରେ ଥିବା ମୋବାଇଲ ଟାୱାର ଉପରେ ଯୁବକ ଚଢିଯାଇଛନ୍ତି । ଯୁବକ ଜଣଙ୍କ ହେଲେ ରାମଚନ୍ଦ୍ରପୁର ଡମପଡାର ମଳୟ ଗୋଚ୍ଛି, ତାଙ୍କ ବୟସ ୨୬ ବର୍ଷ ହେବ । ଉକ୍ତ ଯୁବକ ଜଣଙ୍କ ଇଂରାଜୀରେ ଏକ ଚିଠି ଲେଖି ଟାୱାର ଉପରକୁ ଚଢିଯାିଛନ୍ତି । ଚିଠିରେ ଉଲ୍ଳେଖ ଅଛିକି ୩୦ ମିିନିଟ ପ୍ରେସ୍ କନ୍ଫରେନ୍ସ ପାଇଁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଠିକଣାରେ ଚିଠି ଲେଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ ସେ ବିଭିନ୍ନ ସମୟରେ ପ୍ରେସ୍ କନ୍ଫରେନ୍ସ କରିବା ପାଇଁ ଅନୁରୋଧ କରିଥିଲେ ବି କେହି ଶୁଣି ନାହାନ୍ତି । ତେଣୁ ସେ ଟାୱାର ଉପରେ ଚଢି ଏଭଳି ଧମକ ଦେଇଥିବା ସୂଚନା ମିଳିଛି । ଚିଠିରେ ଦେଶ ତଥା ରାଜ୍ୟର ବିଭିନ୍ନ ସମସ୍ୟା କଥା ଉଲ୍ଲେଖ ରହିଛି । ବେକାରୀ, ଦାରିଦ୍ର୍ୟ ଭଳି ସମସ୍ୟା କଥା ଉଠାଇଛନ୍ତି ମଳୟ ।
ଉଦ୍ଧାର ପାଇଁ ଟାୱାର ତଳେ ଅଗ୍ନିଶମ ବାହିନୀ ପୋଲିସ୍ ପହଞ୍ଚି ଉଦ୍ୟମ ଚଳାଇଛନ୍ତି । ଉକ୍ତ ଯୁବକ ଜଣଙ୍କ ସେନୋର ଜଣେ କର୍ମଚାରୀ ହୋଇଥିବା ସୂଚନା ମିଳିଛି । ପୁଲିସ ଓ ସ୍ଥାନୀୟ ଲୋକେ ମଳୟଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ ମଧ୍ୟ ସେ କାହା କଥା ଶୁଣୁ ନଥିବା ଜଣାପଡିଛି ।
Powered by Froala Editor