ଅଖିଳେଶଙ୍କ ପାଇଁ ଭୋଟ୍ ମାଗିଲେ ମମତା, କହିଲେ ‘ଯୋଗୀ ଆସିଲେ ଆପଣଙ୍କୁ ଖାଇଯିବେ’

ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମଙ୍ଗଳବାର ଦିନ ଅଖିଳେଶଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କୁ ଭୋଟ୍ ଦେବାକୁ ଆବେଦନ କରି ସେ କହିଛନ୍ତି ଯେ ଯଦି ଯୋଗୀ ୟୁପିରେ ଆସନ୍ତି ତେବେ ସେ ଆପଣଙ୍କୁ ଖାଇବେ। ମମତା କହିଛନ୍ତି ଯେ, ଉତ୍ତରପ୍ରଦେଶ ହେଉଛି ଦେଶର ସବୁଠାରୁ ବଡ ରାଜ୍ୟ ଏବଂ ଯଦି ବିଜେପି ଏଠାରୁ ଯାଏ ତେବେ ସମଗ୍ର ଦେଶରୁ ବିଜେପି ଚାଲିଯିବ। ତେଣୁ ୟୁପିରେ ବିଜେପିକୁ ପରାସ୍ତ କରିବା ଆବଶ୍ୟକ।
ସେ ସଂଖ୍ୟାଲଘୁ ବର୍ଗର ଲୋକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ, ଆପଣମାନେ ସବୁ ଏକଜୁଟ ହୋଇ ସମାଜବାଦୀ ପାର୍ଟି ସପକ୍ଷରେ ଭୋଟ ଦିଅନ୍ତୁ । ନଚେତ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିଲେ ଆପଣମାନଙ୍କୁ ଖାଇଯିବେ । ସେ ପଶ୍ଚିମବଙ୍ଗରେ ତାଙ୍କ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ର ସରକାର ଏହାର ନକଲ କରୁଥିବା କହିଛନ୍ତି । ତେବେ ସେ ଭଲ କାର୍ଯ୍ୟକୁ ନକଲ କରନ୍ତୁ । କିନ୍ତୁ ଏନ୍ଆରସି , ବିମୁଦ୍ରୀକରଣ, ନକଲି ଏନକାଉଣ୍ଟର କରନ୍ତୁନାହିଁ । ଏହା ସହିତ ହାଥରସ୍ କାଣ୍ଡ, କରୋନା କାଳରେ ଅବ୍ୟବସ୍ଥା ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ବିଜେପି ପ୍ରଥମେ କ୍ଷମା ପ୍ରାର୍ଥନା କରୁ ପରେ ଭୋଟ ଭିକ୍ଷା କରିବ ବୋଲି କହିଛନ୍ତି ମମତା ।
Powered by Froala Editor