ଆଜି ରାଜ୍ୟରେ ୨୦ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ହେତୁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଗୋଟିଏ ପଟେ କରୋନାର ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି, ଅନ୍ୟପଟେ କରୋନା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧ହଜାର ୪୯୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଆଉ ୨୦ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଅଡିଟ୍ ପ୍ରୋସେସରେ ଆଉ ୨୦ଜଣଙ୍କ ମୃତୁ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, କଳାହାଣ୍ଡିରୁ ୪ଏବଂ କଟକରୁ ୩ଜଣ ରହିଛନ୍ତି ।
ସେହିପରି ଜଗତସିଂହପୁର ଓ ନୟାଗଡରୁ ଦୁଇ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଏବଂ ରାୟଗଡାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି ।
ଏହାକୁ ମିଶଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୭୫୪କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨,୬୮,୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧,୫୨୫ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨,୩୭,୯୭୬ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor