ଫିଲ୍ମ ‘ମାୟାବୀ’ର ଶୁଭ ମହୁତର, ରଜରେ ହୋଇପାରେ ରିଲିଜ୍

ଭୁବନେଶ୍ୱର: ଅନିଶ ଏଣ୍ଟରଟେନମେଣ୍ଟ ପକ୍ଷରୁ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଫିଲ୍ମ ଚକ୍ଷୁବନ୍ଧନ ପରେ ଏବେ ମାୟାବୀର ଶୁଭ ମହୁରତ କରାଯାଇଛି । ଆସନ୍ତା ରଜରେ ଏହା ରିଲିଜ୍ କରିବାକୁ ଯୋଜନା ରଖାଯାଇଛି ।
ପ୍ରଥମ ଥର ପାଇଁ ଦର୍ଶକ ଅମ୍ଲାନ ଓ ଭୂମିକାଙ୍କ ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ପାଇବେ । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆରଲିନ୍ ଅଙ୍କିତା, ସ୍ନେହା (କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର, ଆଲିଭିୟା, କୁନାଲ୍ ପ୍ରମୁଖ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ ରହିଥିବା ବେଳେ ଚିତ୍ରୋତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । କାର୍ଯ୍ୟକାରୀ ପ୍ରଯୋଜକ ଦିଲ୍ଲୀପ ବଳବନ୍ତରାୟ ରହିଛନ୍ତି । ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବା ବେଳେ ନିର୍ଦ୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମହୁରତ କ୍ଲାପ ଦେଇଥିଲେ ।
ଫିଲ୍ମଟି କାହାଣୀ ଅନୁଯାୟୀ, ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ । ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ । ତୋ ସତ ଆଉ ମୋ ସତ ଲଢ଼େଇ ଭିତରେ ପ୍ରକୃତ ସତ ହଜିଯାଏ । ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ ତାହା ଗୁଜବ ପାଲଟି ଯାଏ । ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସ୍ୱର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ଫିଲ୍ମ ନିର୍ମାଣ କରାଯାଉଛି । ଏହା ନିଶ୍ଚିତ ଭାବେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶାବାଦୀ ।
Powered by Froala Editor