‘ମିଷ୍ଟର ମମ୍ମି’ ହେବେ ରିତେଶ

ଦୀର୍ଘ ୧୦ ବର୍ଷ ପରେ ଏକାଠି ବଡ ପରଦାକୁ ଆସିବେ ରିତେଶ ଦେଶମୁଖ ଓ ପତ୍ନୀ ଜେନେଲିଆ । ଉଭୟ ଖୁସି ଖବର ଦେଇଛନ୍ତି । କାରଣ ଉଭୟ ଫିଲ୍ମରେ ଗର୍ଭବତୀ ହୋଇଛନ୍ତି । ହଁ ଶୁଣିଲେ ହସ ଲାଗିବ । କିନ୍ତୁ କଥାଟା ସତ । ‘ମିଷ୍ଟର ମମ୍ମି’ ସାଜିବେ ରିତେଶ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି।
ଏହି ଫିଲ୍ମର ପୋଷ୍ଟରକୁ ଜେନେଲିଆ ଇନଷ୍ଟାଗ୍ରାମରେ ସେୟାର କରି ଏକ କ୍ୟାପସନ୍ ଲେଖିଛନ୍ତି, ‘ଟ୍ୱିଷ୍ଟେଡ୍, ହସର ଯାତ୍ରା ଓ କାହାଣୀ ଏଭଳି, ଯାହାକୁ କେବେ ଦେଖିନଥିବେ। ହୃଦୟ ଖୋଲି ହସିବା ପାଇଁ ପ୍ରସ୍ତୁତ ହୋଇଯା’ନ୍ତୁ।’
ସୂଚନା ଯେ, ଉଭୟଙ୍କର ଅପ୍କମିଂ ଫିଲ୍ମ ‘ମିଷ୍ଟର ମମ୍ମି’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ରିତେଶଙ୍କୁ କିଛି ଏଭଳି ଅବତାରରେ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଗର୍ଭବତୀ ଥିବା ନଜର ଆସିଛନ୍ତି। ତାଙ୍କ ସହ ଜେନେଲିଆ ଦେଶମୁଖ ମଧ୍ୟ ପ୍ରେଗ୍ନେଣ୍ଟ ହେବାର ନଜର ଆସିଛନ୍ତି। ଏହା ଟି-ସିରିଜ ବ୍ୟାନର ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମରେ କମେଡି, ଡ୍ରାମା, ଟ୍ୱିଷ୍ଟ ଏବଂ ଇମୋସନ୍ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ ଅଲ୍ଲି ଅଛନ୍ତି। ଭୂଷଣ କୁମାର, କୃଷ୍ଣ କୁମାର, ଶାଦ ଅଲ୍ଲି ଏବଂ ଶିବ ଅନଙ୍ଗ ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।
Powered by Froala Editor