କାକାଙ୍କୁ ପଥର ଛେଚି ହତ୍ୟା କଲା ପୁତୁରା
କେନ୍ଦୁଝର: ଦିନକୁ ଦିନ ହଜି ଯାଉଛି ମାନବିକତା । ରାଗର ବଶବର୍ତ୍ତି ହୋଇ ମଣିଷ ଅଜଣାତରେ ଘଟାଇବସେ ଅଭାବନୀୟ କାଣ୍ଡ । ଆଜି କେନ୍ଦୁଝର ଜିଲ୍ଲା ବାରିଆ ଥାନ ଅନ୍ତର୍ଗତ କଙ୍କଡା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାକାଙ୍କୁ ପଥର ଛେଚି ହତ୍ୟା କରିଛି ପୁତୁରା ।
ସୂଚନା ଅନୁସାରେ ଜମି ବିବାଦକୁ ନେଇ ପରିବାର ଭିତରେ ଗଣ୍ଡୋଗୋଳ ଲାଗି ରହିଥିଲା । ପାରିବାରିକ କଳହ ତୀବ୍ର ରୂପ ଧାରଣ କରିବାରୁ ପୁତୁରା ଖୁବ୍ ରାଗିଯାଇ ତା’ର କାକାଙ୍କୁ ପଥରରେ ଆଘାତ କରିଥିଲା । ଏହି ଆଘାତରେ କାକା ପ୍ରାଣ ହରାଇଥିବା ସୂଚନା ମିଳିଛି ।
Powered by Froala Editor