ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ:ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।
ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତି ରହୁଛି ସଂକ୍ରମଣ । ଅର୍ଥାତ୍ ସମାନ୍ତରାଳ ଭଳି ସ୍ଥିତି ରହିଛି । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ୮ହଜାର ହୋଇଥିଲା । ଆଜି ଏହା ୭ହଜାର ପାଖାପାଖି ରହିଛି । ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ । ଅନ୍ୟପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହୁଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି । ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।
ସେପଟେ, ରାଜ୍ୟରେ ୨୪ଘଂଟା ଭିତରେ ୬,୯୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯୪୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor