ଦୁଇଟି ଟିପରକୁ ଜାଳିଦେଲେ ମାଓବାଦୀ
ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା । ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ ଥିବା ଦୁଇଟି ଟିପରକୁ ଜାଳିଦେଲେ ମାଓବାଦୀ।
ସୂଚନାନୁଯାୟୀ, ମାଲକାନଗିରି ସୀମାନ୍ତ କାତରୁ ଥାନା ଅନ୍ତର୍ଗତ ବରଗାପଡା ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଥିଲା । ଆଜି ସକାଳେ ୪୦ ରୁ ୫୦ ଜଣ ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ଗାଡି ଦୁଇଟିରେ ନିଆଁ ଲଗାଇ ଦେଇଥିଲେ । ଏହାସହ ରାସ୍ତା କାମ ବନ୍ଦ କରିବା ଲାଗି ଧମକ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ବିଜାପୁର ଏସ୍ପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି।
Powered by Froala Editor